କରୋନା ଅପଡେଟ୍: ପୁଣି ବଢ଼ିଲା ସଂକ୍ରମଣ, ଦିନକରେ ୩,୭୧୨ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ପୁଣି ବଢ଼ିଲା ସଂକ୍ରମଣ, ଦିନକରେ ୩,୭୧୨ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ପୁଣି କରୋନା ମାମଲା ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ମାମଲାରେ ବଡ଼ ବୃଦ୍ଧି ଘଟିଛି। ସରକାରୀ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩,୭୧୨ ନୂଆ ମାମଲା ରିପୋର୍ଟ ହୋଇଛି। ଦୈନିକ ସଂକ୍ରମଣରେ ୩୫.୨ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯,୫୦୯ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, କରୋନା ଯୋଗୁଁ ଆଉ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଟିକାକରଣ ସଂଖ୍ୟା ୧,୯୩,୭୦,୫୧,୧୦୪ ରେ ପହଞ୍ଚିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୨୩ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। କରୋନାରୁ ସୁସ୍ଥ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୪,୨୬,୨୦,୩୯୪ କୁ ବୃଦ୍ଧି ପାଇଛି ।