କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୪,୦୪୧ ନୂଆ ମାମଲା, ତିନି ମାସରେ ସର୍ବାଧିକ | News Room Odisha

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୪,୦୪୧ ନୂଆ ମାମଲା, ତିନି ମାସରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୪,୦୪୧ ନୂଆ ମାମଲା ରିପୋର୍ଟ ହୋଇଛି। ପ୍ରାୟ ତିନି ମାସ ପରେ ଦୈନିକ ମାମଲା ୪୦୦୦ ଟପିଛି । ଶେଷଥର ମାର୍ଚ୍ଚ ୧୧ରେ ଚାରି ହଜାରରୁ ଉର୍ଦ୍ଧ୍ଵ ମାମଲା ରେକର୍ଡ ହୋଇଥିଲା । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କୋଭିଡ୍-୧୯ର ମୋଟ ମାମଲା ୪୩, ୧୬୮,୫୮୫ କୁ ବୃଦ୍ଧି ପାଇଛି । ସକ୍ରିୟ ମାମଲା ସଂଖ୍ୟା ୨୧,୧୭୭ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨,୩୬୩ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୪୨, ୬୨୨,୭୫୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୫୨୪,୬୫୧ ଜଣଙ୍କର ମୃତ୍ୟୁ ହୋଇଛି । ଦିନକରେ କରୋନାରେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧୨,୦୫,୮୪୦ ଟିକା ଡୋଜ୍ ଦିଆଯାଇଛି । ଏପର୍ଯ୍ୟନ୍ତ ଦେଶରେ ସମୁଦାୟ ୧,୯୩,୮୩,୭୨,୩୬୫ ଟିକା ଡୋଜ୍ ଦିଆଯାଇଛି ।