କରୋନା ଅପଡେଟ୍: ଦେଶରେ ୫,୦୭୬ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ଦେଶରେ ୫,୦୭୬ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଦିନକରେ କୋଭିଡର ୫,୦୭୬ ନୂଆ ମାମଲା ରିପୋର୍ଟ ହୋଇଛି । ଦେଶରେ ମୋଟ ମାମଲା ୪,୪୪,୯୫,୩୫୯ କୁ ବୃଦ୍ଧି ପାଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୭,୯୪୫କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରବିବାର ସକାଳ ୮ ଟା ପର୍ଯ୍ୟନ୍ତ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ଆଉ ୧୧ ଜଣ ରୋଗୀଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୧୫୦କୁ ବୃଦ୍ଧି ପାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, କୋଭିଡ-୧୯ ପାଇଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣର ୦.୧୧ ପ୍ରତିଶତ ହୋଇଥିବାବେଳେ ଜାତୀୟ ସୁସ୍ଥତା ହାର ୯୮.୭୧ ପ୍ରତିଶତକୁ ବୃଦ୍ଧି ପାଇଛି।