କରୋନା ଅପଡେଟ୍: ଦେଶରେ ୫,୧୦୮ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ଦେଶରେ ୫,୧୦୮ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଦିନକରେ କୋଭିଡ-୧୯ର ୫,୧୦୮ ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୫,୧୦,୦୫୭ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୬,୩୪୭ ରୁ ୪୫,୭୪୯ କୁ ହ୍ରାସ ପାଇଛି । ବୁଧବାର ସକାଳ ୮ ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଅଦ୍ୟତନ ତଥ୍ୟରେ ଏହି ସୂଚନା ଦିଆଯାଇଛି।

ତଥ୍ୟ ଅନୁଯାୟୀ, କୋଭିଡରେ ଆଉ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫୨,୮୨,୧୬ କୁ ବୃଦ୍ଧି ପାଇଛି

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମିତଙ୍କ ୦.୧୦ ପ୍ରତିଶତ ଥିବାବେଳେ କୋଭିଡ-୧୯ ରୁ ଜାତୀୟ ସୁସ୍ଥତା ହାର ୯୮.୭୧ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥି ସହିତ ଦୈନିକ ସଂକ୍ରମଣ ହାର ୧.୪୪ ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ହାର ୧.୭୦ ପ୍ରତିଶତ ବୋଲି ଆକଳନ କରାଯାଇଛି।

ମନ୍ତ୍ରଣାଳୟ କହିଛି ଯେ ଦେଶବ୍ୟାପୀ ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ ୨୧୫.୬୭ କୋଟି କୋଭିଡ ଟିକା ଦିଆଯାଇଛି।