ଡରାଇଲାଣି କରୋନା,‌‌ ଦୈନିକ ମାମଲା‌ ୫ ହଜାର ଟପିଲା | News Room Odisha

ଡରାଇଲାଣି କରୋନା,‌‌ ଦୈନିକ ମାମଲା‌ ୫ ହଜାର ଟପିଲା

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢ଼ାଉଛି କରୋନା । ଦିନକୁ ଦିନ ସଂକ୍ରମଣ ବଢୁଛି । ଦୈନିକ ମାମଲା ଏବେ ୫,୦୦୦ ଟପିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୩୩୫ ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ଗତକାଲି ତୁଳନାରେ ୨୦ ପ୍ରତିଶତ ଅଧିକ‌‌ ଓ ୬ ମାସରେ ସର୍ବାଧିକ ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, କରୋନା ଯୋଗୁଁ ଆଉ ୬ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ଏବେ ସକ୍ରିୟ ମାମଲା ୨୫ ହଜାର ୫୮୭ କୁ ବୃଦ୍ଧି ପାଇଛି। ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, ତାମିଲନାଡୁ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, କର୍ଣ୍ଣାଟକରୁ ଅଧିକ ମାମଲା ରିପୋର୍ଟ ହେଉଛି ।

ବର୍ତ୍ତମାନ ଦେଶରେ ଦୈନିକ ପଜିଟିଭିଟି ହାର ୩.୩୨ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୮୨୬ ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଦିନକରେ ଆଉ ୧୯୯୩ ଲୋକଙ୍କୁ ଟିକା ଡୋଜ୍ ଦିଆଯାଇଛି ।