ଦେଶରେ ଆଉ ୫,୬୭୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ସକ୍ରିୟ ମାମଲା ୩୭ ହଜାର ଟପିଲା | News Room Odisha

ଦେଶରେ ଆଉ ୫,୬୭୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ସକ୍ରିୟ ମାମଲା ୩୭ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ କିଛି ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି ତଥ୍ୟ ଅନୁଯାୟୀ ମଙ୍ଗଳବାର ଦେଶରେ ୫,୬୭୬ ନୂଆ ମାମଲା ରିପୋର୍ଟ ହୋଇଛି। ଏଥିସହ ସକ୍ରିୟ ମାମଲା ୩୭,୦୯୩ରେ ପହଞ୍ଚିଛି। ସୋମବାର ୫,୮୮୦ କରୋନା ମାମଲା ଆସିଥିଲା ଓ ରବିବାର ଏହି ସଂଖ୍ୟା ଥିଲା ୫,୩୫୭।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ କରୋନା ସଂକ୍ରମଣରୁ ଆଉ ୨୧ ଜଣଙ୍କ ମୃତ୍ୟୁ ହୋଇଛି ।‌ ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୫,୩୧,୦୦୦କୁ ବୃଦ୍ଧି ପାଇଛି।

ଦେଶରେ ମୋଟ କୋଭିଡ୍ ମାମଲା ସଂଖ୍ୟା ୪,୪୭,୬୮,୧୭୨ କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ମୋଟ ସଂକ୍ରମିତ ରୋଗୀଙ୍କ ୦.୦୮ ପ୍ରତିଶତ । କୋଭିଡ୍-୧୯ରୁ ଜାତୀୟ ଆରୋଗ୍ୟ ହାର ୯୮.୭୩ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରେକର୍ଡ କରାଯାଇଛି। ଏହି ରୋଗରୁ ଏଯାବତ୍ ୪,୪୨,୦୦,୦୭୯ ଲୋକ ସୁସ୍ଥ ହୋଇଛନ୍ତି । ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ବର୍ତ୍ତମାନ ସୁଦ୍ଧା ୨୨୦.୬୬ କୋଟି ଡୋଜ୍ ଟିକା ଦିଆଯାଇଛି।