ଭାରତରେ ପୁଣି ଅଣାୟତ୍ତ କରୋନା, ଦିନକରେ ଆସିଲା ୫୮,୦୯୭ ମାମଲା, ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୫ | News Room Odisha

ଭାରତରେ ପୁଣି ଅଣାୟତ୍ତ କରୋନା, ଦିନକରେ ଆସିଲା ୫୮,୦୯୭ ମାମଲା, ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୫

ନୂଆଦିଲ୍ଲୀ: ତୃତୀୟ ଲହରର ସାମ୍ନା କରୁଥିବା ଭାରତରେ କରୋନା ସଂକ୍ରମଣ ପୁଣି ଅଣାୟତ୍ତ ହୋଇପଡିଛି। ଦିନକୁ ଦିନ ସଂକ୍ରମଣ ବଢୁଛି । ଓମିକ୍ରନ୍ ମଧ୍ୟ ଦ୍ରୁତ ଗତିରେ ବ୍ୟାପୁଛି | ଗତ ୨୪ ଘଣ୍ଟାରେ ଦେଶରେ ୫୮,୦୯୭ ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ଗତକାଲି ତୁଳନାରେ ୫୫% ଅଧିକ । ଦିନକରେ ଏହି ରୋଗରେ ୫୩୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ୨୧୩୫ ମାମଲା ରିପୋର୍ଟ ହୋଇଛି |

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଦୁଇ ଲକ୍ଷ ୧୪ ହଜାର ୪କୁ ବୃଦ୍ଧି ପାଇଛି। ଏଥି ସହିତ ଏହି ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୮୨ ହଜାର ୫୫୧କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ୧୫ ହଜାର ୩୮୯ ଲୋକ ସୁସ୍ଥ ହୋଇଥିଲେ, ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୪୩ ଲକ୍ଷ ୨୧ ହଜାର ୮୦୩ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୪୭ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ୯୬ ଲକ୍ଷ ୪୩ ହଜାର ୨୩୮ ଡୋଜ୍ ଟିକା ଦିଆଯାଇଥିଲା ।

COVID-19