ପୁଣି ବଢ଼ିଲା କରୋନା ମାମଲା, ଗତ ୨୪ ଘଣ୍ଟାରେ ୬,୪୨୨ ନୂଆ ଆକ୍ରାନ୍ତ ଚିହ୍ନଟ | News Room Odisha

ପୁଣି ବଢ଼ିଲା କରୋନା ମାମଲା, ଗତ ୨୪ ଘଣ୍ଟାରେ ୬,୪୨୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ଦୁଇ ଦିନ ଧରି ଭାରତରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି। ଗତ ୪୮ ଘଣ୍ଟାରେ ନୂଆ ମାମଲାରେ ଦୁଇ ହଜାରରୁ ଅଧିକ ବୃଦ୍ଧି ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୪୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରୁ ଆଉ ୫,୭୪୮ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୩ରେ କୋଭିଡ-୧୯ର ୪,୩୬୯ ମାମଲା ରିପୋର୍ଟ ହୋଇଥିବାବେଳେ ଗତକାଲି ଅର୍ଥାତ୍ ସେପ୍ଟେମ୍ବର ୧୪ ରେ ୫,୧୦୮ ମାମଲା ସାମ୍ନାକୁ ଆସିଥିଲା ।

ଦୀର୍ଘ ଦିନ ପରେ କରୋନାର ସକ୍ରିୟ ମାମଲା ମଧ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୫,୭୪୮ ରୋଗୀ ସୁସ୍ଥ ହୋଇଛନ୍ତି। ସକ୍ରିୟ ମାମଲା ବର୍ତ୍ତମାନ ୪୬,୩୮୯ କୁ ବୃଦ୍ଧି ପାଇଛି । ଗତକାଲି ପର୍ଯ୍ୟନ୍ତ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୫,୭୪୯ ଥିଲା। ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୨.୦୪ ପ୍ରତିଶତରେ ଥିବାବେଳେ ସାପ୍ତାହିକ ପଜିଟିଭିଟି ହାର ୧.୭୧ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ମାମଲାର ୦.୧ ପ୍ରତିଶତ ହୋଇଥିବାବେଳେ ସୁସ୍ଥତା ହାର ୯୮.୭୧ ପ୍ରତିଶତକୁ ବୃଦ୍ଧି ପାଇଛି।