କରୋନା ଅପଡେଟ୍: ଦେଶରେ ଆଉ ୭,୨୩୧ ନୂଆ ମାମଲା, ୪୫ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୭,୨୩୧ ନୂଆ ମାମଲା, ୪୫ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମଣର ୭,୨୩୧ ନୂଆ ମାମଲା ଆସିଛି । ଏଥିସହ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୪,୨୮,୩୯୩ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଆସିଛି ୬୪,୬୬୭କୁ ଖସି ଆସିଛି ‌।

ବୁଧବାର ସକାଳ ୮ ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ ଦେଶରେ ଆଉ ୪୫ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ‌ । ଫଳରେ ମୋଟ କୋଭିଡ୍ ମୃତ୍ୟୁ ୫,୨୭,୮୭୪କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଦେଶରେ କୋଭିଡ-୧୯ ପାଇଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୪,୬୬୭ କୁ ଖସି ଆସିଛି, ଯାହା ମୋଟ ମାମଲାର ୦.୧୫ ପ୍ରତିଶତ। ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୬୫ ହ୍ରାସ ପାଇଛି। ରୋଗୀଙ୍କ ଜାତୀୟ ଆରୋଗ୍ୟ ହାର ୯୮.୬୭ ପ୍ରତିଶତକୁ ବୃଦ୍ଧି ପାଇଛି।

ସଦ୍ୟତମ ତଥ୍ୟ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୨.୦୫ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୨.୫୫ ପ୍ରତିଶତ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪,୩୮,୩୫,୮୫୨ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ କୋଭିଡ-୧୯ ରୁ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୧୨.୩୯ କୋଟି କୋଭିଡ୍ ଟିକା ଦିଆଯାଇଛି।