କରୋନା ଅପଡେଟ୍: ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି, ୭,୫୫୪ ନୂଆ ମାମଲା, ୨୨୩ ମୃତ | News Room Odisha

କରୋନା ଅପଡେଟ୍: ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି, ୭,୫୫୪ ନୂଆ ମାମଲା, ୨୨୩ ମୃତ

ନୂଆଦିଲ୍ଲୀ: ଦୁଇ ଦିନ ଧରି ନିମ୍ନଗତି ପରେ ଆଜି କରୋନା ମାମଲା ପୁଣି ବଢ଼ିଛି । ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୭,୫୫୪ ନୂଆ କରୋନା ମାମଲା ରିପୋର୍ଟ ହୋଇଛି, ଯାହା ଗତକାଲି ତୁଳନାରେ ୬୩୯ ଅଧିକ। ଦିନକରେ ଆଉ ୨୨୩ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ କେବଳ ୮୫,୬୮୦ ସକ୍ରିୟ ମାମଲା ବାକି ଅଛି। ସକ୍ରିୟ ମାମଲା ହ୍ରାସର ଅର୍ଥ ହେଉଛି କରୋନା ସଂକ୍ରମିତ ରୋଗୀମାନେ ଶୀଘ୍ର ସୁସ୍ଥ ହେଉଛନ୍ତି । ଏଥି ସହିତ ମହାମାରୀ ଆରମ୍ଭରୁ ସୁସ୍ଥ ହୋଇଥିବା ମୋଟ ରୋଗୀଙ୍କ ସଂଖ୍ୟା ୪.୨୩ କୋଟି (୪,୨୩,୩୮,୬୭୩) କୁ ବୃଦ୍ଧି ପାଇଛି। ଦୈନିକ ସଂକ୍ରମଣ ହାର ବିଷୟରେ କହିବାକୁ ଗଲେ ଏହା ମାତ୍ର ୧ ପ୍ରତିଶତକୁ ଖସି ଆସିଛି ।

ମୋଟ ମାମଲା: ୪,୨୯,୩୮,୫୯୯
ସକ୍ରିୟ ମାମଲା: ୮୫,୬୮୦
ମୋଟ ସୁସ୍ଥ: ୪,୨୩,୩୮,୬୭୩
ମୋଟ ମୃତ୍ୟୁ: ୫,୧୪,୨୪୬
ମୋଟ ଟିକାକରଣ: ୧୭୭,୭୯,୯୨,୯୭୭