କରୋନା ମାମଲାରେ ବଡ଼ ଲମ୍ଫ, ୨୪ ଘଣ୍ଟାରେ ୭,୮୩୦ ନୂଆ ମାମଲା, ସକ୍ରିୟ ରୋଗୀ ସଂଖ୍ୟା ୪୦ ହଜାର ଟପିଲା | News Room Odisha

କରୋନା ମାମଲାରେ ବଡ଼ ଲମ୍ଫ, ୨୪ ଘଣ୍ଟାରେ ୭,୮୩୦ ନୂଆ ମାମଲା, ସକ୍ରିୟ ରୋଗୀ ସଂଖ୍ୟା ୪୦ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧି ଘଟୁଛି। ଦୈନିକ ମାମଲା ୭ ହଜାର ଟପିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୮୩୦ ନୂଆ ମାମଲା ରିପୋର୍ଟ ହୋଇଛି । ସାତ ମାସ ପରେ ଏହା ହେଉଛି ସର୍ବୋଚ୍ଚ ଦୈନିକ ସଂକ୍ରମଣ । ଦେଶରେ ସକ୍ରିୟ ମାମଲା ୪୦,୨୧୫କୁ ବୃଦ୍ଧି ପାଇଛି। ଗତକାଲି (ଏପ୍ରିଲ୍ ୧୨) ତୁଳନାରେ ଆଜି କରୋନା ମାମଲାରେ ବଡ଼ ବୃଦ୍ଧି ଘଟିଛି । ମଙ୍ଗଳବାର ଦେଶରେ ୫,୮୮୦ ମାମଲା ଆସିଥିଲା ।

ଦେଶରେ ସକ୍ରିୟ ସଂକ୍ରମଣ ମୋଟ ସଂକ୍ରମଣର ୦.୦୯ ପ୍ରତିଶତ । ଜାତୀୟ କୋଭିଡ-୧୯ ଆରୋଗ୍ୟ ହାର ୯୮.୭୨ ପ୍ରତିଶତ ରେକର୍ଡ କରାଯାଇଛି। କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪,୪୨,୦୪,୭୭୧ କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ହାର ୧.୧୯ ପ୍ରତିଶତ ରେକର୍ଡ କରାଯାଇଛି। ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨୦.୬୬ କୋଟି ଡୋଜ୍ କୋଭିଡ ଟିକା ଦିଆଯାଇଛି।