କରୋନା ଅପଡେଟ୍: ଦେଶରେ ଆଉ ୭୯୫ ନୂଆ ମାମଲା, ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୨,୦୫୪କୁ ହ୍ରାସ | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୭୯୫ ନୂଆ ମାମଲା, ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୨,୦୫୪କୁ ହ୍ରାସ

ନୂଆଦିଲ୍ଲୀ : ଭାରତରେ ଗତ ୨୪ ଘଣ୍ଟାରେ ୭୯୫ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି ।ଏହା ପରେ ଦେଶରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୩୦,୨୯,୮୩୯ କୁ ବୃଦ୍ଧି ପାଇଛି। । ଏଥି ସହିତ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୨,୦୫୪ କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ କରୋନା ଯୋଗୁଁ ଆଉ ୫୮ ଜଣଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ କରୋନା ସଂକ୍ରମଣ କାରଣରୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫,୨୧,୪୧୬ରେ ପହଞ୍ଚିଛି ।

ତଥ୍ୟ ଅନୁଯାୟୀ, ଦେଶରେ କୋଭିଡ -୧୯ ପାଇଁ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟା ୧୨,୦୫୪ କୁ ହ୍ରାସ ପାଇଛି, ଯାହା ମୋଟ ମାମଲାର ୦.୦୩ ପ୍ରତିଶତ ଅଟେ। ଜାତୀୟ ଆରୋଗ୍ୟ ହାର ୯୮.୭୬ ପ୍ରତିଶତ ।

ସଦ୍ୟତମ ତଥ୍ୟ ଅନୁଯାୟୀ, ସଂକ୍ରମଣର ଦୈନିକ ହାର ୦.୧୭ ପ୍ରତିଶତ ଏବଂ ସାପ୍ତାହିକ ହାର ହେଉଛି ୦.୨୨ ପ୍ରତିଶତ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪,୨୪,୯୬,୩୬୯ ଲୋକ ସୁସ୍ଥ ହୋଇଛନ୍ତି ଏବଂ କୋଭିଡ -୧୯ ରୁ ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି। ଏଥିସହିତ, ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏ ଯାବତ୍ ୧୮୪.୮୭ କୋଟିରୁ ଅଧିକ କୋଭିଡ୍ ଟିକା ଦିଆଯାଇଛି।