କରୋନା ଅପଡେଟ୍: ଦେଶରେ ୮,୫୦୩ ନୂଆ ମାମଲା, ୬୨୪ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ୮,୫୦୩ ନୂଆ ମାମଲା, ୬୨୪ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୮,୫୦୩ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ୬୨୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନା ଓମିକ୍ରନ୍ ଭାରିଆଣ୍ଟସ୍ ର ୨୩ ଟି ମାମଲା ରୁଜୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୯୪ ହଜାର ୯୪୩ ରହିଛି। ଏଥି ସହିତ, ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୭୪ ହଜାର ୭୩୫ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ୭୬୭୮ ରୋଗୀ ସୁସ୍ଥ ହୋଇଥିଲେ । ଯାହା ପରେ ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୫ ହଜାର ୬୬ରେ ପହଞ୍ଚିଛି ।

ଦେଶବ୍ୟାପୀ ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୧୩୧ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ଆଉ ୭୪ ଲକ୍ଷ ୫୭ ହଜାର ୯୭୦ ଡୋଜ ଦିଆଯାଇଥିଲା, ଯାହା ପରେ ମୋଟ ଟିକାକରଣ ସଂଖ୍ୟା ୧୩୧ କୋଟି ୧୮ ଲକ୍ଷ ୮୭ ହଜାର ୨୫୭କୁ ବୃଦ୍ଧି ପାଇଛି ।

COVID-19