କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୮,୮୨୨ ନୂଆ ମାମଲା, ୧୫ ମୃତ | News Room Odisha

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୮,୮୨୨ ନୂଆ ମାମଲା, ୧୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ପୁଣି ବଢୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୮,୮୨୨ ନୂଆ ମାମଲା ରିପୋର୍ଟ ହୋଇଛି। ଏଥିସହିତ କରୋନା ଯୋଗୁଁ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ ସକ୍ରିୟ ମାମଲା ସଂଖ୍ୟା ୫୩,୬୩୭ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫,୭୧୮ ଜଣ ସୁସ୍ଥ ହୋଇଛନ୍ତି। ନୂଆ କରୋନା ମାମଲା ପରେ, ମୋଟ କରୋନା ମାମଲା ୪,୩୨,୪୫,୫୧୭କୁ ବୃଦ୍ଧି ହୋଇଛି । ମୋଟ ସୁସ୍ଥ ସଂଖ୍ୟା ହେଉଛି ୪,୨୬,୬୭,୦୮୮। ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୭୯୨ ରେ ପହଞ୍ଚିଛି। ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ସମୁଦାୟ ୧୯୫,୫୦,୮୭,୨୭୧ ଟି ଟିକା ଡୋଜ୍ ଦିଆଯାଇଛି ।