କରୋନା ଅପଡେଟ୍: ଦିନକରେ ୨,୭୯୬ ଜଣଙ୍କ ମୃତ୍ୟୁ, ୮,୮୯୫ ନୂଆ ଆକ୍ରାନ୍ତ ଚିହ୍ନଟ | News Room Odisha

କରୋନା ଅପଡେଟ୍: ଦିନକରେ ୨,୭୯୬ ଜଣଙ୍କ ମୃତ୍ୟୁ, ୮,୮୯୫ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ ୮,୮୯୫ ନୂଆ ମାମଲା ରିପୋର୍ଟ ହୋଇଛି। ତେବେ କରୋନା ମୃତ୍ୟୁସଂଖ୍ୟା ଚକିତ କରିଛି । ଗତ ୨୪ ଘଣ୍ଟାରେ କରୋନା ଯୋଗୁଁ ଦେଶରେ ୨,୭୯୬ ଜଣଙ୍କ ମୃତ୍ୟୁ ହୋଇଛି । ବିହାର କିଛି ପୁରୁଣା କରୋନା ମୃତ୍ୟୁ ମାମଲାକୁ ଯୋଡ଼ି ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିଛି ବୋଲି କୁହାଯାଇଛି । ବିହାରରେ କରୋନା କାରଣରୁ ପୂର୍ବରୁ ପ୍ରାଣ ହରାଇଥିବା ୨,୪୨୬ ଜଣଙ୍କୁ କୋଭିଡ୍ ମୃତ୍ୟୁ ରେକର୍ଡରେ ଆଜି ସାମିଲ କରାଯାଇଥିଲା |

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ତିନି କୋଟି ୪୬ ଲକ୍ଷ ୩୩ ହଜାର ୨୫୫ ଟି କରୋନା ମାମଲା ରୁଜୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୯୯ ହଜାର ୧୫୫ ରହିଛି। ଏଥି ସହିତ ଏହି ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୭୩ ହଜାର ୩୨୬ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ୬,୯୧୮ ରୋଗୀ ସୁସ୍ଥ ହୋଇଥିଲେ, ଯାହା ପରେ ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ୩ କୋଟି ୪୦ ଲକ୍ଷ ୬୦ ହଜାର ୭୭୪ରେ ପହଞ୍ଚିଛି।

ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୧୨୭ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଦିନକରେ ଆଉ ୧ କୋଟି ୪୧ ଲକ୍ଷ ୮ ହଜାର ୭୦୭ ଡୋଜ ଦିଆଯାଇଥିଲା। ଯାହା ପରେ ମୋଟ ଟିକାକରଣ ସଂଖ୍ୟା ୧୨୭ କୋଟି ୬୧ ଲକ୍ଷ ୮୩ ହଜାର ୬୫କୁ ବୃଦ୍ଧି ପାଇଛି ।