କରୋନା ଅପଡେଟ୍: ଭାରତରେ ୯,୫୨୦ ନୂଆ ମାମଲା, ୪୧ ମୃତ | News Room Odisha

କରୋନା ଅପଡେଟ୍: ଭାରତରେ ୯,୫୨୦ ନୂଆ ମାମଲା, ୪୧ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୯,୫୨୦ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୩,୯୮,୬୯୬କୁ ବୃଦ୍ଧି ପାଇଛି । ସକ୍ରିୟ ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୭,୩୧୧କୁ ଖସି ଆସିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଶନିବାର ସକାଳ ୮ ଟାରେ ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଦେଶରେ କରୋନା ଯୋଗୁଁ ଆଉ ୪୧ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ କୋଭିଡ୍ ଜନିତ ମୋଟ ମୃତ୍ୟୁସଂଖ୍ୟା ୫,୨୭,୫୯୭ କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଦେଶରେ କୋଭିଡ-୧୯ର ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୭,୩୧୧କୁ ହ୍ରାସ ପାଇଛି, ଯାହା ମୋଟ ମାମଲାର ୦.୨୦ ପ୍ରତିଶତ। ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩,୩୯୬ ହ୍ରାସ ପାଇଛି। ଏଥି ସହିତ ରୋଗୀଙ୍କ ସୁସ୍ଥତା ଜାତୀୟ ହାର ୯୮.୬୨ ପ୍ରତିଶତକୁ ବୃଦ୍ଧି ପାଇଛି।