ଭାରତରେ ଓମିକ୍ରନ୍ ଯୋଗୁଁ ପ୍ରଥମ ମୃତ୍ୟୁ | News Room Odisha

ଭାରତରେ ଓମିକ୍ରନ୍ ଯୋଗୁଁ ପ୍ରଥମ ମୃତ୍ୟୁ

ମୁମ୍ବାଇ: ଓମିକ୍ରନ୍ ରେ ଭାରତରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି | ଯଦିଓ ମହାରାଷ୍ଟ୍ର ସରକାର ମୃତ୍ୟୁର କାରଣ କରୋନା ବୋଲି ଉଲ୍ଲେଖ କରିନାହାଁନ୍ତି, କିନ୍ତୁ ତାଙ୍କ ମୃତ୍ୟୁ ପରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ରିପୋର୍ଟରେ ମୃତକ ଓମିକ୍ରନ୍ ସଂକ୍ରମିତ ହୋଇଥିଲେ ବୋଲି କୁହାଯାଇଛି ।

ଏହି ବ୍ୟକ୍ତି ନିକଟରେ ନାଇଜେରିଆରୁ ଫେରିଥିଲେ | ଏହି ୫୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ଏହି ବ୍ୟକ୍ତି ପିମ୍ପ୍ରି ଚିଞ୍ଚୱାଡରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ମ୍ୟୁନିସିପାଲିଟି କର୍ପୋରେସନ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ଏହି ବ୍ୟକ୍ତି ପ୍ରାୟ ୧୩ ବର୍ଷ ଧରି ମଧୁମେହରେ ପୀଡିତ ଥିଲେ |

ମହାରାଷ୍ଟ୍ରରେ ପୁଣିଥରେ କରୋନା ସ୍ଥିତି ବିଗିଡ଼ିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୫୩୬୮ ମାମଲା ରିପୋର୍ଟ ହୋଇଛି। ମହାରାଷ୍ଟ୍ର ମନ୍ତ୍ରୀ ବାଲାସାହେବ ଥୋରାଟ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ସେପଟେ ଦେଶରେ ଓମିକ୍ରନ୍ ମାମଲା ୧୦୦୦ ଛୁଇଁଛି ।

Omicron Variant Death