କରୋନା ଅପଡେଟ୍: ୨୫ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ | News Room Odisha

କରୋନା ଅପଡେଟ୍: ୨୫ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ:ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୨୨,୨୭୦ ନୂଆ ମାମଲା ରିପୋର୍ଟ ହୋଇଛି ଏବଂ ୩୨୫ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୨୫ ହଜାର ୯୨୦ ମାମଲା ପଞ୍ଜିକୃତ ହୋଇଥିଲା। ଅର୍ଥାତ୍ ଗତକାଲି ତୁଳନାରେ ଆଜି ମାମଲା ହ୍ରାସ ପାଇଛି। ଗତ ଦିନରେ ଦେଶରେ ୬୬ ହଜାର ୨୯୮ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨ ଲକ୍ଷ ୫୩ ହଜାର ୭୩୯ କୁ ହ୍ରାସ ପାଇଛି । ଏଥି ସହିତ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୧୧ ହଜାର ୨୩୦ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, କୋଟି ୨୦ ଲକ୍ଷ ୩୭ ହଜାର ୫୩୬ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ଦେଶବ୍ୟାପୀ ଟୀକାକରଣ ଅଭିଯାନରେ ଏଯାବତ ପ୍ରାୟ ୧୭୫ କୋଟି ଡୋଜ୍ ଟିକା ଦିଆଯାଇଛି। ଗତକାଲି ୩୬ ଲକ୍ଷ ୨୮ ହଜାର ୫୭୮ ଡୋଜ ଦିଆଯାଇଥିଲା, ଯାହା ପରେ ଏପର୍ଯ୍ୟନ୍ତ ୧୭୫ କୋଟି ୩ ଲକ୍ଷ ୮୬ ହଜାର ୮୩୪ ଡୋଜ ଟିକା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ ଏପର୍ୟ୍ୟନ୍ତ ସ୍ୱାସ୍ଥ୍ୟ କର୍ମୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ୧.୮୨ କୋଟିରୁ ଅଧିକ (୧,୮୭,୦୦,୧୪୧) ବୁଷ୍ଟର ଡୋଜ୍ ଦିଆଯାଇଛି।