କରୋନା ଅପଡେଟ୍: ଦୈନିକ ସଂକ୍ରମଣ ୫ ହଜାର ତଳକୁ ଖସିଲା | News Room Odisha

କରୋନା ଅପଡେଟ୍: ଦୈନିକ ସଂକ୍ରମଣ ୫ ହଜାର ତଳକୁ ଖସିଲା

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହର ତଳମୁହାଁ ହେବାରେ ଲାଗିଛି । ଦୈନିକ ସଂକ୍ରମଣ ୫ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୩୬୨ ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୬୫ ଜଣଙ୍କର ମୃତ୍ୟୁ ହୋଇଛି। ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୭୮.୯୦ କୋଟି ଟିକା ଟିକା ଦିଆଯାଇଛି। ଭାରତରେ ବର୍ତ୍ତମାନ ୫୪,୧୧୮ ସକ୍ରିୟ ମାମଲା ଅଛି | ସୁସ୍ଥ ହାର ବର୍ତ୍ତମାନ ୯୮.୬୮% ରହିଛି | ଗତ ୨୪ ଘଣ୍ଟାରେ ୯୬୨୦ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି | ଏହା ସହିତ, ଆରୋଗ୍ୟ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୪,୨୩,୮୦୯୫କୁ ବୃଦ୍ଧି ପାଇଛି | ଦୈନିକ ପଜିଟିଭିଟି ହାର ହେଉଛି ୦.୭୧% |