ଦୁର୍ବଳ ହେଉଛି ତୃତୀୟ ଲହର, ଦୈନିକ ସଂକ୍ରମଣ ଦୁଇ ଲକ୍ଷ ତଳକୁ ଖସିଲା | News Room Odisha

ଦୁର୍ବଳ ହେଉଛି ତୃତୀୟ ଲହର, ଦୈନିକ ସଂକ୍ରମଣ ଦୁଇ ଲକ୍ଷ ତଳକୁ ଖସିଲା

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହର ଦୁର୍ବଳ ହେଉଛି । ଦୈନିକ ମାମଲା ଦୁଇ ଲକ୍ଷ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଆଉ ୧ ଲକ୍ଷ ୬୭ ହଜାର ୫୯ ନୂଆ ମାମଲା ରିପୋର୍ଟ ହୋଇଛି । ତେବେ ଦିନକରେ ଏହି ରୋଗରେ ୧୧୯୨ ଜଣଙ୍କର ମୃତ୍ୟୁ ଘଟିଛି। କରୋନାରୁ ଆଉ ୨ ଲକ୍ଷ ୫୪ ହଜାର ୭୬ ଜଣ ଲୋକ ସୁସ୍ଥ ହୋଇଛନ୍ତି।

ଦେଶରେ ମୋଟ କରୋନା ମାମଲା ୪ କୋଟି ୧୪ ଲକ୍ଷ ୬୯ ହଜାର ୪୯୯ କୁ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭ ଲକ୍ଷ ୪୩ ହଜାର ୫୯ କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର କରୋନାରୁ ମୋଟ ୩ କୋଟି ୯୨ ଲକ୍ଷ ୩୦ ହଜାର ୧୯୮ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏହି ମହାମାରୀ ଯୋଗୁଁ ଏଯାବତ୍ ୪ ଲକ୍ଷ ୯୬ ହଜାର ୨୪୨ ଲୋକ ପ୍ରାଣ ହରାଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୧୬୬ ଲକ୍ଷ ଟୀକାକରଣ କରାଯାଇଛି।