କରୋନା ଅପଡେଟ୍: ଦେଶରେ ଆଉ ୧୩,୦୫୮ ସଂକ୍ରମିତ ଚିହ୍ନଟ, ୮ ମାସରେ ସର୍ବନିମ୍ନ | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୧୩,୦୫୮ ସଂକ୍ରମିତ ଚିହ୍ନଟ, ୮ ମାସରେ ସର୍ବନିମ୍ନ

ନୂଆଦିଲ୍ଲୀ: କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। କ୍ରମାଗତ ପଞ୍ଚମ ଦିନ ପାଇଁ କରୋନା ମାମଲା ୧୫ ହଜାର ତଳେ ରହିଛି । ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩,୦୫୮ ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ୮ ମାସ ପରେ ସର୍ବନିମ୍ନ। ଦିନକରେ ୧୬୪ ଲୋକ ପ୍ରାଣ ହରାଇଛନ୍ତି। ଆଉ ୧୯,୪୭୦ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ୬୧୫୨ ସକ୍ରିୟ ମାମଲା ହ୍ରାସ ପାଇଛି |

କରୋନା ମହାମାରୀ ଆରମ୍ଭରୁ ଏଯାବତ୍ ଦେଶରେ ମୋଟ ତିନି କୋଟି ୪୦ ଲକ୍ଷ ୯୪ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୫୨ ହଜାର ୪୫୪ ଜଣଙ୍କର ମୃତ୍ୟୁ ହୋଇଛି। ଭଲ କଥା ହେଉଛି ଏପର୍ଯ୍ୟନ୍ତ ୩ କୋଟି ୩୪ ଲକ୍ଷ ୫୮ ହଜାର ଲୋକ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ଦୁଇ ଲକ୍ଷରୁ କମ୍ ରହିଛି। ସମୁଦାୟ ୧ ଲକ୍ଷ ୮୯ ହଜାର ୬୯୪ ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଅକ୍ଟୋବର ୧୮ ପର୍ଯ୍ୟନ୍ତ ସାରା ଦେଶରେ ୯୮ କୋଟି ୬୭ ଲକ୍ଷ ୬୯ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତକାଲି ୧୨.୦୫ ଲକ୍ଷ ଟିକା ଦିଆଯାଇଥିଲା। ଅନ୍ୟପକ୍ଷରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରାୟ ୫୯.୧୯ କୋଟି କରୋନା ପରୀକ୍ଷା କରାଯାଇଛି। ଦିନକରେ ୯.୮୯ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୨ ପ୍ରତିଶତରୁ କମ୍ |

COVID-19COVID-19 Positive Cases