କରୋନା ଅପଡେଟ୍: ଦିନକରେ ଆଉ ୧୮,୧୬୬ ସଂକ୍ରମିତ ଚିହ୍ନଟ, ୭ ମାସରେ ସର୍ବନିମ୍ନ | News Room Odisha

କରୋନା ଅପଡେଟ୍: ଦିନକରେ ଆଉ ୧୮,୧୬୬ ସଂକ୍ରମିତ ଚିହ୍ନଟ, ୭ ମାସରେ ସର୍ବନିମ୍ନ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀର ପ୍ରକୋପ କମିବାରେ ଲାଗିଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ରବିବାର ଜାରି ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୬୬ ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ସାତ ମାସରେ ସର୍ବନିମ୍ନ । ଦିନକରେ ୨୧୪ ଜଣ କରୋନା ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଏଥି ସହିତ ୨୪ ଘଣ୍ଟା ମଧ୍ୟରେ ୨୩୬୨୪ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି, ଅର୍ଥାତ୍ ୫୬୭୨ ସକ୍ରିୟ ମାମଲା ହ୍ରାସ ପାଇଛି |

ଭାରତରେ ମୋଟ କରୋନା ମାମଲା ତିନି କୋଟି ୩୯ ଲକ୍ଷ ୫୩ ହଜାରରେ ପହଞ୍ଚିଛି। ଏଥିମଧ୍ୟରୁ ୪ ଲକ୍ଷ ୫୦ ହଜାର ୫୮୯ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୩୨ ଲକ୍ଷ ୭୧ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇବାରେ ଲାଗିଛି | ଦେଶରେ ଏବେ ୨ ଲକ୍ଷ ୩୦ ହଜାର ୯୭୧ ଲୋକ ଏବେବି କରୋନା ଭାଇରସ ଦ୍ୱାରା ସଂକ୍ରମିତ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଅକ୍ଟୋବର ୯ ପର୍ଯ୍ୟନ୍ତ ସାରା ଦେଶରେ ୯୪ କୋଟି ୭୦ ଲକ୍ଷ ୧୦ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତକାଲି ୬୬.୮୫ ଲକ୍ଷ ଟିକା ଦିଆଯାଇଥିଲା