କରୋନା ଅପଡେଟ୍: ୨୦୯ ଦିନ ପରେ ସର୍ବନିମ୍ନ ମାମଲା, ଆଉ ୧୮,୩୪୬ ଆକ୍ରାନ୍ତ ଚିହ୍ନଟ | News Room Odisha

କରୋନା ଅପଡେଟ୍: ୨୦୯ ଦିନ ପରେ ସର୍ବନିମ୍ନ ମାମଲା, ଆଉ ୧୮,୩୪୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୮ ହଜାର ୩୪୬ ନୂଆ କରୋନା ମାମଲା ରୁଜୁ ହୋଇଛି। ୨୦୯ ଦିନ ପରେ ଦୈନିକ ସଂକ୍ରମଣର ଏହି ସଂଖ୍ୟା ହେଉଛି ସର୍ବନିମ୍ନ। ଦିନକରେ ୨୬୩ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଦିନକରେ ଦେଶରେ ୨୯ ହଜାର ୬୩୯ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି, ଯାହା ପରେ ସକ୍ରିୟ ମାମଲା ୨ ଲକ୍ଷ ୫୨ ହଜାର ୯୦୨କୁ ଖସି ଆସିଛି। ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ତିନି କୋଟି ୩୮ ଲକ୍ଷ ୫୩ ହଜାର କରୋନା ମାମଲା ରୁଜୁ ହୋଇଛି, ଏଥିମଧ୍ୟରୁ ଏପର୍ଯ୍ୟନ୍ତ ଚାରି ଲକ୍ଷ ୪୯ ହଜାର ୨୬୦ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩ କୋଟି ୩୧ ଲକ୍ଷ ୫୦ ହଜାର ୮୮୬ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ ଟିକାକରଣ ସଂଖ୍ୟା ୯୧ କୋଟି ଅତିକ୍ରମ କରିଛି। ଗତକାଲି ୭୨ ଲକ୍ଷ ୫୧ ହଜାର ୪୧୯ ଡୋଜ୍ କରୋନା ଟିକା ଦିଆଯାଇଛି। ଏପର୍ଯ୍ୟନ୍ତ ଦେଶରେ ୯୧ କୋଟି ୫୪ ଲକ୍ଷ ୬୫ ହଜାର ୮୨୬ ଟିକା ଦିଆଯାଇଛି।

COVID-19