କରୋନା ଅପଡେଟ୍: କ୍ରମାଗତ ଦ୍ବିତୀୟ ଦିନ ଦୈନିକ ମାମଲା ତିନି ହଜାର ଉପରେ | News Room Odisha

କରୋନା ଅପଡେଟ୍: କ୍ରମାଗତ ଦ୍ବିତୀୟ ଦିନ ଦୈନିକ ମାମଲା ତିନି ହଜାର ଉପରେ

ନୂଆଦିଲ୍ଲୀ: କ୍ରମାଗତ ଦ୍ବିତୀୟ ଦିନ ପାଇଁ ଦେଶରେ ଦୈନିକ କରୋନା ମାମଲା ତିନି ହଜାର ଟପିଛି। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂକ୍ରମଣ ପୁଣି ପ୍ରଶାସନ ଓ ଲୋକ ଚିନ୍ତାରେ ପଡିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୩୭୭ ଟି ନୂଆ ମାମଲା ରିପୋର୍ଟ ହୋଇଥିବାବେଳେ ୬୬ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ମାମଲାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୩୦ ଲକ୍ଷ ୭୨ ହଜାର ୧୭୬ ରେ ପହଞ୍ଚିଛି। ଏହା ସହ ଏହି ମହାମାରୀରଏ ସାରା ଦେଶରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୩ ହଜାର ୭୫୩ କୁ ବୃଦ୍ଧି ପାଇଛି ।

ଦେଶରେ ସକ୍ରିୟ ମାମଲା ମଧ୍ୟ ବଢୁଛି । ସମ୍ପ୍ରତି ଏହା ୧୭ ହଜାର ୮୦୧କୁ ବୃଦ୍ଧି ପାଇଛି । ଏହାଛଡ଼ା ଏପର୍ଯ୍ୟନ୍ତ ୪ କୋଟି ୨୫ ଲକ୍ଷ ୩୦ ହଜାର ୬୨୨ ଲୋକ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି।