କେରଳରୁ ଦେଶର ଦ୍ଵିତୀୟ ମଙ୍କିପକ୍ସ ମାମଲା ଚିହ୍ନଟ | News Room Odisha

କେରଳରୁ ଦେଶର ଦ୍ଵିତୀୟ ମଙ୍କିପକ୍ସ ମାମଲା ଚିହ୍ନଟ

ନୂଆଦିଲ୍ଲୀ: କେରଳରେ ମଙ୍କିପକ୍ସର ଆଉ ଏକ ମାମଲା ରିପୋର୍ଟ ହୋଇଛି। କିଛି ଦିନ ତଳେ କେରଳରୁ ଦେଶର ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିଲା । ଏବେ କିଛି ଦିନ ମଧ୍ୟରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏହି ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଭାରତରେ ମଙ୍କିପକ୍ସର ଦୁଇଟି ମାମଲା ରିପୋର୍ଟ ହୋଇଛି । ଦୁଇଟି ଯାକ ମାମଲା କେରଳରେ ମିଳିଛି। ପ୍ରଥମ ମଙ୍କିପକ୍ସ ମାମଲା କେରଳର କୋଲ୍ଲାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ଦ୍ବିତୀୟ ମାମଲା ରାଜ୍ୟର କନ୍ନୁରରୁ ରିପୋର୍ଟ ହୋଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, କେରଳରେ ଚିହ୍ନଟ ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ ବ୍ୟକ୍ତି ନିକଟରେ ଦୁବାଇରୁ ଫେରିଥିଲେ। ତାଙ୍କ ଠାରେ ମଙ୍କିପକ୍ସ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ନମୁନା ପରୀକ୍ଷା ପାଇଁ ପୁଣେର ଏନ୍ଆଇଭିକୁ ପଠାଯାଇଥିଲା । ତାଙ୍କ ନମୁନାରୁ ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା ।