କାନପୁର ଟେଷ୍ଟ: ନ୍ୟୁଜିଲାଣ୍ଡ ୨୯୬ ରନରେ ଅଲ୍ଆଉଟ୍, ଭାରତକୁ ୪୯ ରନର ଲିଡ୍ | News Room Odisha

କାନପୁର ଟେଷ୍ଟ: ନ୍ୟୁଜିଲାଣ୍ଡ ୨୯୬ ରନରେ ଅଲ୍ଆଉଟ୍, ଭାରତକୁ ୪୯ ରନର ଲିଡ୍

କାନପୁର: ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଇନିଂସ୍ ଅଗ୍ରଣୀ ହାସଲ କରିଛି | ଶନିବାର ତୃତୀୟ ଦିନରେ କିୱି ଦଳ ପ୍ରଥମ ଇନିଂସରେ ୨୯୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ପ୍ରଥମ ଇନିଂସ ଆଧାରରେ ଭାରତ ୪୯ ରନର ଅଗ୍ରଣୀ ହାସଲ କରିଛି। ଭାରତ ପକ୍ଷରୁ ଅକ୍ଷର ପଟେଲ ୫ଟି ୱିକେଟ୍ ନେଇଛନ୍ତି। ନ୍ୟୁଜିଲାଣ୍ଡ ତରଫରୁ ଟମ୍ ଲାଥାମ୍ ସର୍ବାଧିକ ୯୫ ରନ୍ ସଂଗ୍ରହ କରିଥିଲେ। ଭାରତ ପ୍ରଥମ ଇନିଂସରେ ୩୪୬ ରନ୍ କରିଥିଲା।