ସଞ୍ଜୁ ସାମସନଙ୍କ ଶତକ, ଦକ୍ଷିଣ ଆଫ୍ରିକାକୁ ୨୯୭ ରନ୍‌ର ଟାର୍ଗେଟ୍ ଦେଲା ଭାରତ  | News Room Odisha

ସଞ୍ଜୁ ସାମସନଙ୍କ ଶତକ, ଦକ୍ଷିଣ ଆଫ୍ରିକାକୁ ୨୯୭ ରନ୍‌ର ଟାର୍ଗେଟ୍ ଦେଲା ଭାରତ 

ପାର୍ଲ: ସଞ୍ଜୁ ସାମସନଙ୍କ ଚମତ୍କାର ଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ସିରିଜ୍ ନିର୍ଣ୍ଣାୟକ ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୨୯୭ ରନ୍‌ର ଟାର୍ଗେଟ୍ ଦେଇଛି। ପାର୍ଲର ବୋଲାଣ୍ଡ ପାର୍କ ଷ୍ଟାଡିୟମରେ ଟସ୍ ହାରି ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୯୬ ରନ୍ କରିଥିଲା।
ଭାରତ ପକ୍ଷରୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ୍ ୧୧୪ ବଲରେ ୧୦୮ ରନର ଇନିଂସ ଖେଳିଥିଲେ। ସେ  ୬ଟି ଚୌକା ଓ ୩ଟି ଛକା ମାରିଥିଲେ। ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ସଞ୍ଜୁଙ୍କର ଏହା ପ୍ରଥମ ଶତକ | ତିଳକ ବର୍ମା ମଧ୍ୟ ଉପଯୋଗୀ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୭୭ ବଲରେ ୫ଟି ଚୌକା ଓ ଗୋଟିଏ ଛକା ସହ ୫୨ ରନର ଇନିଂସ ଖେଳିଥିଲେ। ଅନ୍ତର୍ଜାତୀୟ ଦିନିକିଆରେ ତିଳକଙ୍କ ଏହା ପ୍ରଥମ ଅର୍ଦ୍ଧଶତକ । ଶେଷ ଆଡକୁ ରିଙ୍କୁ ସିଂହ ୨୭ ବଲରେ ଦ୍ରୁତ ୩୮ ରନ୍ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ଡେବ୍ୟୁ କରିଥିବା ରଜତ ପାଟିଦାର ୨୨ ରନ୍ କରିଥିବା ବେଳେ ଅଧିନାୟକ କେଏଲ୍ ରାହୁଲ ୨୧ ଓ ସାଇ ସୁଦର୍ଶନ ୧୦ ରନ୍ କରିଥିଲେ ।
ଦକ୍ଷିଣ ଆଫ୍ରିକା ତରଫରୁ ବ୍ୟୁରନ ହେଣ୍ଡ୍ରିକ୍ସ ୩ ୱିକେଟ୍ ନେଇଥିବାବେଳେ ନନ୍ଦ୍ରେ ବର୍ଗର୍ ୨ଟି ୱିକେଟ୍ ନେଇଥିଲେ। ୱେନ ମଲଡର, କେଶବ ମହାରାଜ ଏବଂ ଲିଜାଡ ୱିଲିୟମ୍ସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।