ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି୨୦ | News Room Odisha

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି୨୦

ଡର୍ବାନ୍: ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ରବିବାର ଟି୨୦ ସିରିଜରୁ ଆରମ୍ଭ ହେଉଛି । ପ୍ରଥମ ଟି୨୦ ମ୍ୟାଚ୍ ଆଜି ଡର୍ବାନରେ ଖେଳାଯିବ । ଘରୋଇ ପରିବେଶରେ ଅଷ୍ଟ୍ରେଲିଆକୁ ଧରାଶାୟୀ କରିବା ପରେ ଭାରତୀୟ ଯୁବ ଦଳ ଏବେ ଆଫ୍ରିକୀୟ ପରିବେଶର ଚ୍ୟାଲେଞ୍ଜର ସାମ୍ନା କରିବ ।

ହାର୍ଦ୍ଦିକ ପାଶ୍ୟାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି। ଏହି ଗସ୍ତରେ ଟି୨୦ ସହ ଦିନିକିଆ ସିରିଜରୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ଯଶ୍‌ପ୍ରୀତ୍‌ ବୁମ୍‌ରା ମଧ୍ୟ ସୀମିତ ଓଭର ସିରିଜରୁ ବର୍ତ୍ତମାନ ବିଶ୍ରାମ ନେଉଛନ୍ତି।

ଏହି ଟି୨୦ ସିରିଜରେ ଭାରତ ପାଇଁ ଚ୍ୟାଲେଞ୍ଜ ହେବ ବ୍ୟାଟିଂ କମ୍ବିନେଶନ। ଭାରତ ୧୭ ଖେଳାଳିଙ୍କୁ ନେଇଛି। ଏହା ମଧ୍ୟରୁ ଇଶାନ୍ କିଶନ୍, ଶ୍ରେୟସ୍ ଆୟର ଓ ମୁକେଶ କୁମାର ଦିନିକିଆ ଦଳରେ ସାମିଲ ଅଛନ୍ତି। ଯଶସ୍ବୀ ଜୟସ୍ବାଲ ଟି୨୦ ଦଳ ପାଇଁ ପ୍ରଥମ ପସନ୍ଦର ଓପନର ହୋଇଥିବା ବେଳେ ଦ୍ୱିତୀୟ ଖେଳାଳି ଭାବରେ ଶୁବମନ ଗିଲ୍‌ଙ୍କୁ ସାମିଲ କରାଯିବ। ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିବା ଋତୁରାଜ ଗାଏକ୍ୱାଡ ମଧ୍ୟ ଦଳରେ ସ୍ଥାନ ପାଇବା ପାଇଁ ଦୃଢ ଦାବିଦାର ଉପସ୍ଥାପନ କରିଛନ୍ତି।