ନିଜ୍ଜର ମାମଲାରେ ଆହୁରି କଠୋର ହେଲା ଭାରତ, ୪୧ କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ କାନାଡ଼ାକୁ କହିଲା | News Room Odisha

ନିଜ୍ଜର ମାମଲାରେ ଆହୁରି କଠୋର ହେଲା ଭାରତ, ୪୧ କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ କାନାଡ଼ାକୁ କହିଲା

ନୂଆଦିଲ୍ଲୀ :କାନାଡା ସହ କୂଟନୈତିକ ବିବାଦ ମଧ୍ୟରେ ଭାରତ ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । କାନାଡାକୁ ଏହାର ୪୧ କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ କହିଛି ଭାରତ । ଅକ୍ଟୋବର ୧୦ ସୁଦ୍ଧା ଏହି ୪୧ କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ କାନାଡାକୁ କୁହାଯାଇଛି ।

ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜ୍ଜର ହତ୍ୟାରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ସରକାରଙ୍କୁ ଦାୟୀ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି । ଟ୍ରୁଡୋଙ୍କ ଅଭିଯୋଗକୁ ଭାରତ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ କହି ଖଣ୍ଡନ କରିସାରିଛି । ଏହି ମାମଲାରେ ଦୁଇ ଦେଶ ପୂର୍ବରୁ ପରସ୍ପରର ଜଣେ ଲେଖାଏଁ କୂଟନୀତିଜ୍ଞଙ୍କୁ ବହିଷ୍କୃତ କରିସାରିଛନ୍ତି । ଭାରତ ମଧ୍ୟ କାନାଡ଼ା ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛି ‌ ।