ୟୁକ୍ରେନ ପ୍ରସଙ୍ଗରେ ଜାତିସଂଘରେ ରୁଷକୁ ଝଟକା ଦେଲା ଭାରତ | News Room Odisha

ୟୁକ୍ରେନ ପ୍ରସଙ୍ଗରେ ଜାତିସଂଘରେ ରୁଷକୁ ଝଟକା ଦେଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାରେ ୟୁକ୍ରେନ ପ୍ରସଙ୍ଗରେ ଗୁପ୍ତ ମତଦାନ ପାଇଁ ରୁଷର ଦାବି ବିରୋଧରେ ଭାରତ ଭୋଟ୍ ଦେଇଛି । ୟୁକ୍ରେନର ଚାରିଟି ଅଞ୍ଚଳ ଦଖଲ ମଧ୍ୟରେ ଜାତିସଂଘରେ ରୁଷର ପ୍ରସ୍ତାବ ଉପରେ ଖୋଲା ଭୋଟିଂ ହେଉ ବୋଲି ଭାରତ ସମେତ ୧୦୦ ରୁ ଅଧିକ ଦେଶ ଚାହୁଁଛନ୍ତି ।

ଭାରତ ସମେତ ୧୦୭ଟି ଦେଶ ରେକର୍ଡେଡ୍ ଭୋଟିଂ ସପକ୍ଷରେ ମତଦାନ କରିବା ପରେ ଗୁପ୍ତ ଭୋଟ୍ ପାଇଁ ରୁଷର ଦାବି ଖାରଜ ହୋଇଥିଲା ଏବଂ ମିଳିତ ଜାତିସଂଘ ରେକର୍ଡେଡ୍ ଭୋଟିଂ ଚୟନ କରିଥିଲା ।

କେବଳ ୧୩ଟି ଦେଶ ରୁଷ ସପକ୍ଷରେ ଭୋଟ୍ ଦେଇଥିବାବେଳେ ୩୯ଟି ଦେଶ ଏହି ପ୍ରସଙ୍ଗରୁ ଦୂରେଇ ରହିଥିଲେ। ରୁଷ ଏବଂ ଚୀନ୍ ଏହି ପ୍ରସଙ୍ଗରେ ଭୋଟ୍ ଦେଇନଥିଲେ ।

ରେକର୍ଡେଡ୍ ଭୋଟିଂ ପାଇଁ ଆଲବେନିଆର ପ୍ରସ୍ତାବ ଉପରେ ପୁନର୍ବିଚାର କରିବାକୁ ରୁଷ ଦାବି କରିଥିଲା । ତେବେ ଭାରତ ସହ ୧୦୪ଟି ଦେଶର ଭୋଟ୍ ପରେ ମିଳିତ ରୁଷର ପୁନର୍ବିଚାରର ଦାବିକୁ ଜାତିସଂଘ ପ୍ରତ୍ୟାଖ୍ୟାନ କରିଥିଲା ।