ଫେରିବେ କି ରୋହିତ-କୋହଲି ? ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍ ନିର୍ଣ୍ଣାୟକ | News Room Odisha

ଫେରିବେ କି ରୋହିତ-କୋହଲି ? ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍ ନିର୍ଣ୍ଣାୟକ

ପୋର୍ଟ ଅଫ୍ ସ୍ପେନ୍: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ତ୍ରିନିଦାଦର ବ୍ରାଏନ୍ ଲାରା ଷ୍ଟାଡିୟମରେ ଖେଳାଯିବ | ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ସମ୍ପ୍ରତି ୧-୧ ସ୍ଥିତିରେ ରହିଛି | ଦ୍ବିତୀୟ ମ୍ୟାଚରେ ଭାରତକୁ ୬ ଓ୍ବିକେଟରେ ହରାଇ ଓ୍ବେଷ୍ଟଇଣ୍ଡିଜ ସିରିଜକୁ ଫେରିଥିଲା ।

ଗତ ଦୁଇଟି ମ୍ୟାଚ୍‌ରେ ଭାରତୀୟ ଦଳରେ ଅନେକ ପରୀକ୍ଷା ନିରୀକ୍ଷା ଦେଖିବାକୁ ମିଳିଥିଲା | ପ୍ରଥମ ଦିନିକିଆରେ ରୋହିତ ଶର୍ମା ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ବିରାଟ କୋହଲି ବ୍ୟାଟିଂ କରିନଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଉଭୟଙ୍କୁ ବିଶ୍ରାମ ଦିଆଯାଇଥିଲା। ରୋହିତ ଓ କୋହଲିଙ୍କ ଅନୁପସ୍ଥିତିରେ ଦ୍ବିତୀୟ ଦିନିକିଆରେ ଭାରତର ବ୍ୟାଟିଂ କ୍ଲିକ୍ କରିନଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୪୦.୫ ଓଭରରେ ମାତ୍ର ୧୮୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।

ଭାରତ‌ ୨୦୦୬ ଠାରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କୌଣସି ଦିନିକିଆ ସିରିଜ୍ ହାରିନାହିଁ । ଏବେ ସିରିଜ୍ ପରାଜୟ ଆଶଙ୍କା ଥିବାବେଳେ ତୃତୀୟ ଦିନିକିଆରେ ରୋହିତ ଓ କୋହଲି ଭାରତୀୟ ଏକାଦଶକୁ ଫେରିପାରନ୍ତି ।

ଭାରତୀୟ ଦଳର ବୋଲିଂରେ ବି ପରିବର୍ତ୍ତନ ହୋଇପାରେ | କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲ ସୁଯୋଗ ପାଇପାରନ୍ତି। ପେସ୍ ବୋଲିଂରେ ପରିବର୍ତ୍ତନ ହେବାର ସମ୍ଭାବନା କମ୍ | ମୁକେଶ କୁମାର, ଉମ୍ରାନ ମଲିକ ଏବଂ ଶାର୍ଦ୍ଦୁଲ ଠାକୁର ସ୍ଥାନ ବଜାୟ ରଖିପାରନ୍ତି ।