ଅନ୍ତର୍ଜାତୀୟ ନ୍ୟାୟାଳୟରେ ରୁଷ ବିରୋଧରେ ଭୋଟ୍ ଦେଲେ ଭାରତୀୟ ବିଚାରପତି | News Room Odisha

ଅନ୍ତର୍ଜାତୀୟ ନ୍ୟାୟାଳୟରେ ରୁଷ ବିରୋଧରେ ଭୋଟ୍ ଦେଲେ ଭାରତୀୟ ବିଚାରପତି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ବୁଧବାର ମିଳିତ ଜାତିସଂଘର ସର୍ବୋଚ୍ଚ ଅଦାଲତ ଅନ୍ତର୍ଜାତୀୟ ନ୍ୟାୟାଳୟ ରୁଷକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ ନ୍ୟାୟାଳୟ ୧୩-୨ ଭୋଟରେ ଏହି ଆଦେଶ ଦେଇଥିଲେ ।

ଫେବୃଆରୀ ୨୪ ରୁ ଆରମ୍ଭ ହୋଇଥିବା ରୁଷର ଆକ୍ରମଣର କିଛି ଦିନ ପରେ ୟୁକ୍ରେନ ମସ୍କୋକୁ ମିଳିତ ଜାତିସଂଘର ସର୍ବୋଚ୍ଚ ନ୍ୟାୟାଳୟକୁ ଟାଣିଥିଲା। ଆଇସିଜେରେ ଭାରତର ପ୍ରତିନିଧିତ୍ବ କରୁଥିବା ଜଷ୍ଟିସ୍ ଦଲବୀର ଭଣ୍ଡାରୀ ମଧ୍ୟ ରୁଷ ବିରୋଧରେ ଭୋଟ୍ ଦେଇଥିଲେ। ବିଭିନ୍ନ ମିଶନ ଏବଂ ସରକାରଙ୍କ ସମର୍ଥନ ଯୋଗୁଁ ଜଷ୍ଟିସ ଭଣ୍ଡାରୀଙ୍କୁ ସମୟ ସମୟରେ ଆଇସିଜେରେ ମନୋନୀତ କରାଯାଇଥିଲା।

ରୁଷ-ୟୁକ୍ରେନ ପ୍ରସଙ୍ଗରେ ଭାରତ ସରକାର ଏପର୍ଯ୍ୟନ୍ତ ନିରପେକ୍ଷ ଆଭିମୁଖ୍ୟ ଆପଣାଇଥିବା ସତ୍ତ୍ୱେ ଜଷ୍ଟିସ୍ ଭଣ୍ଡାରୀ ରୁଷ ବିରୋଧରେ ଭୋଟ୍ ଦେଇଛନ୍ତି । ମିଳିତ ଜାତିସଂଘରେ ୟୁକ୍ରେନ-ରୁଷ ପ୍ରସଙ୍ଗରେ ଭାରତ ଭୋଟରୁ ନିବୃତ୍ତ ରହିଥିଲା ଏବଂ ଏହା ବଦଳରେ ଉଭୟ ପକ୍ଷକୁ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଆହ୍ବାନ କରିଥିଲା ।

ୟୁକ୍ରେନ ଡୋନେସ୍କ ଏବଂ ଲୁଗାନସ୍କ ଅଞ୍ଚଳରେ ନରସଂହାର ସହ ନେଇ ମିଥ୍ୟା ଅଭିଯୋଗ କରି ରୁଷ ନିଜ ସାମରିକ କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ ସାବ୍ୟସ୍ତ କରିବାକୁ ପ୍ରୟାସ କରୁଥିବା ୟୁକ୍ରେନ ଅଭିଯୋଗ କରିଛି। ଏହା ପରେ କିଭ୍ ସାମରିକ କାର୍ଯ୍ୟାନୁଷ୍ଠାନକୁ ତୁରନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେବା ପାଇଁ ଆସିଜେକୁ ନିବେଦନ କରିଥିଲା।