ଇତିହାସ ରଚିଲେ ଭାରତୀୟ ସଂଗୀତକାର ରିକି କେଜ୍, ତୃତୀୟ ଥର ଜିତିଲେ ଗ୍ରାମି ପୁରସ୍କାର | News Room Odisha

ଇତିହାସ ରଚିଲେ ଭାରତୀୟ ସଂଗୀତକାର ରିକି କେଜ୍, ତୃତୀୟ ଥର ଜିତିଲେ ଗ୍ରାମି ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ସଂଗୀତକାର ରିକି କେଜ୍ ତାଙ୍କ ନୂଆ ଆଲବମ୍ ‘ଡିଭାଇନ୍ ଟାଇଡ୍ସ’ ପାଇଁ ଗ୍ରାମି ପୁରସ୍କାର ଜିତିଛନ୍ତି। ସେ ତୃତୀୟ ଥର ପାଇଁ ଏହି ସମ୍ମାନଜନକ ପୁରସ୍କାର ଜିତିଛନ୍ତି । ରିକି କେଜ୍ ହେଉଛନ୍ତି ପ୍ରଥମ ଭାରତୀୟ ଯିଏକି ତିନୋଟି ଗ୍ରାମି ପୁରସ୍କାର ଜିତିଛନ୍ତି |

ସେ ‘ବେଷ୍ଟ ଇମର୍ସିଭ୍ ଅଡିଓ ଆଲବମ୍’ ବର୍ଗରେ ବ୍ରିଟିଶ୍ ରକ୍ ବ୍ୟାଣ୍ଡ୍ ‘ପୋଲିସ୍’ ର ଡ୍ରମର୍ ଷ୍ଟୁଆର୍ଟ କପଲ୍ୟାଣ୍ଡଙ୍କ ସହ ମିଳିତ ଭାବେ ଗ୍ରାମି ପୁରସ୍କାର ଜିତିଛନ୍ତି ।

ରିକି କେଜ୍ ଟ୍ୱିଟ୍ କରି କହିଛନ୍ତି, ତୃତୀୟ ଗ୍ରାମି ପୁରସ୍କାର ଜିତିଛି। ମୁଁ କୃତଜ୍ଞ । ମୁଁ ଏହି ପୁରସ୍କାରକୁ ଭାରତକୁ ଉତ୍ସର୍ଗ କରୁଛି |

ରିକି କେଜ୍ ୨୦୧୫ ଏବଂ ୨୦୨୨ ରେ ମଧ୍ୟ ଗ୍ରାମି ପୁରସ୍କାର ପାଇଥିଲେ ।

ଆମେରିକାର ଲସ୍ ଆଞ୍ଜେଲସରେ ଆୟୋଜିତ ଏକ ଲାଇଭ୍ କାର୍ଯ୍ୟକ୍ରମରେ ରିକ୍ କେଜ୍ ଗ୍ରାମି ପୁରସ୍କାର ଗ୍ରହଣ କରିଥିଲେ । ‘ଗ୍ରାମି ପୁରସ୍କାର’କୁ ସଙ୍ଗୀତ ଜଗତର ଓସ୍କାର ଭାବେ ବିବେଚିତ ।