ଭାରତୀୟ ନୌସେନାକୁ ମିଳିଲା ଆଉ ଦୁଇ ଯୁଦ୍ଧପୋତ ଆଇଏନ୍ଏସ୍ 'ସୁରଟ' ଓ 'ଉଦୟଗିରି' | News Room Odisha

ଭାରତୀୟ ନୌସେନାକୁ ମିଳିଲା ଆଉ ଦୁଇ ଯୁଦ୍ଧପୋତ ଆଇଏନ୍ଏସ୍ ‘ସୁରଟ’ ଓ ‘ଉଦୟଗିରି’

ମୁମ୍ବାଇ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ମୁମ୍ବାଇରେ ଭାରତୀୟ ନୌସେନାର ନୂଆ ସ୍ୱଦେଶୀ ନିର୍ମିତ ବିଧ୍ବଂସକ ଯୁଦ୍ଧପୋତ ଆଇଏନ୍ଏସ୍ ସୁରଟ ଏବଂ ଆଇଏନ୍ଏସ୍ ଉଦୟଗିରିର ଶୁଭାରମ୍ଭ କରିଛନ୍ତି । ଏହି ଦୁଇ ଯୁଦ୍ଧପୋତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ରାଡାର୍ ଓ ସୋନାର ସିଷ୍ଟମ ସହ ସଜ୍ଜିତ ।

ଏହି ଅବସରରେ ରାଜନାଥ ସିଂହ କହିଛନ୍ତି ଯେ କୋଭିଡ୍ ଏବଂ ୟୁକ୍ରେନରେ ଚାଲିଥିବା ଅଶାନ୍ତି ମଧ୍ୟରେ ଏହି ବିଧ୍ବଂସକ ଯୁଦ୍ଧ ଜାହାଜର ନିର୍ମାଣ ଏବଂ ଶୁଭାରମ୍ଭ ଆମର ସାମୁଦ୍ରିକ ସାମର୍ଥ୍ୟ ଏବଂ ଆତ୍ମନିର୍ଭରଶୀଳତାର ଆଉ ଏକ ଉଦାହରଣ ।

ଏହି ଦୁଇଟି ଯୁଦ୍ଧ ଜାହାଜର ଡିଜାଇନ୍ ଡାଇରୋକ୍ଟେରେଟ୍ ଅଫ୍ ନାଭାଲ୍ ଡିଜାଇନ୍ (ଡିଏନଡି) ରେ ହୋଇଛି ଏବଂ ସମ୍ପୂର୍ଣ୍ଣ ଭାବରେ ଏମଡିଏଲ୍ ଦ୍ୱାରା ନିର୍ମିତ | ପ୍ରୋଜେକ୍ଟ ୧୫ବି ବିନାଶକକୁ ଆଇଏନ୍ଏସ୍ ସୁରଟ ଏବଂ ପ୍ରୋଜେକ୍ଟ ୧୭ଏକୁ ଆଇଏନ୍ଏସ୍ ଉଦୟଗିରି ଭାବେ ନାମିତ ହୋଇଛି |

ଡିଏନଡି ହେଉଛି ଭାରତୀୟ ନୌସେନାର ନିଜସ୍ୱ ଡିଜାଇନ୍ ହାଉସ୍ | ଏହି ଉଭୟ ଯୁଦ୍ଧ ଜାହାଜ ସଂପୂର୍ଣ୍ଣ ସ୍ୱଦେଶୀ |

ଭାରତୀୟ ନୌସେନାର ପରମ୍ପରା ଅନୁଯାୟୀ ଯୁଦ୍ଧ ପୋତ ଗୁଡ଼ିକୁ ଭାରତର ସହରଗୁଡ଼ିକର ନାମାନୁସାରେ ନାମିତ କରାଯାଇଥାଏ ।

ଆଇଏନ୍ଏସ୍ ‘ସୁରଟ’ ଏବଂ ଆଇଏନ୍ଏସ୍ ‘ଉଦୟଗିରି’ ହେଉଛି ପରବର୍ତ୍ତୀ ପୀଢ଼ିର ଷ୍ଟେଲଦ୍ ଗାଇଡେଡ୍ ମିସାଇଲ୍ ବିଧ୍ବଂସକାରୀ ଯୁଦ୍ଧ ଜାହାଜ ।