ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର, ଆଇଆରସିଟିସି ୱେବସାଇଟ୍ ଓ ଆପରେ ଟିକେଟ୍ ବୁକିଂ ସୀମା ବଢ଼ିଲା | News Room Odisha

ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର, ଆଇଆରସିଟିସି ୱେବସାଇଟ୍ ଓ ଆପରେ ଟିକେଟ୍ ବୁକିଂ ସୀମା ବଢ଼ିଲା

ନୂଆଦିଲ୍ଲୀ: ଟ୍ରେନଯାତ୍ରୀଙ୍କ ପାଇଁ ଖୁସି ଖବର | ଭାରତୀୟ ରେଳବାଇ, ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ୱେବସାଇଟ୍ କିମ୍ବା ଆପରୁ ଟିକେଟ୍ ବୁକିଂ ସୀମା ବୃଦ୍ଧି କରିଛି | ନୂତନ ବ୍ୟବସ୍ଥା ଅଧୀନରେ ଯାତ୍ରୀମାନେ ଏକ ମାସ ମଧ୍ୟରେ ଦୁଇଗୁଣ ଅଧିକ ଟ୍ରେନ ଟିକେଟ୍ ବୁକ୍ କରିପାରିବେ |

ଏବେ ଆଇଆରସିଟିସି ୱେବସାଇଟ୍ କିମ୍ବା ଆପରେ ଅନ୍ଲାଇନ୍ ବୁକିଂ ମାଧ୍ୟମରେ ଯାତ୍ରୀଙ୍କୁ ବର୍ଦ୍ଧିତ ଟିକେଟ୍ ସୀମାର ଲାଭ ମିଳିପାରିବ | ଏବେ ଗୋଟିଏ ମାସରେ ଆଧାର ଲିଙ୍କ୍ ହୋଇନଥିବା ଏକ ୟୁଜର୍ ଆଇଡିରୁ ସର୍ବାଧିକ ୧୨ଟି ଟିକେଟ୍ ବୁକ୍ କରିପାରିବେ ଯାତ୍ରୀ । ପୂର୍ବରୁ ଏପରି ଆଇଡିରୁ ମାସକରେ କେବଳ ୬ଟି ଟିକେଟ୍ ବୁକ୍ ହେଉଥିଲା।

ଆଧାର ସହିତ ଲିଙ୍କ୍ ହୋଇଥିବା ଆଇଡିରୁ ମାସକରେ ୧୨ ପରିବର୍ତ୍ତେ ଏବେ ୨୪ ଟି ଟିକେଟ୍ ବୁକ୍ କରାଯାଇ ପାରିବ | ଏଥିପାଇଁ ଟିକେଟ୍ ବୁକିଂ କରିବାକୁ ଥିବା ଜଣେ ଯାତ୍ରୀଙ୍କୁ ନିଜର ଆଧାର ଭେରିଫିକେସନ୍ କରିବାକୁ ପଡ଼ିବ |

ଯାତ୍ରୀମାନଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ଆଇଆରସିଟିସି ୱେବସାଇଟ୍ ଓ ଆପରେ ଟିକେଟ୍ ବୁକିଂ ସୀମା ବୃଦ୍ଧି କରିଛି । ଭାରତୀୟ ରେଳବାଇର ଏପରି ପଦକ୍ଷେପ ଦ୍ବାରା ସେହି ଯାତ୍ରୀମାନେ ଅଧିକ ଉପକୃତ ହେବେ, ଯେଉଁମାନେ ଗୋଟିଏ ମାସରେ ବହୁଥର ଟ୍ରେନ୍ ଯାତ୍ରା କରିଥାନ୍ତି |