ଭାରତର ଅର୍ଜୁନ ବବୁଟା ଶୁଟିଂ ବିଶ୍ୱକପରେ ଜିତିଲେ ସ୍ବର୍ଣ୍ଣ ପଦକ | News Room Odisha

ଭାରତର ଅର୍ଜୁନ ବବୁଟା ଶୁଟିଂ ବିଶ୍ୱକପରେ ଜିତିଲେ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଚାଙ୍ଗୱନ୍‌ରେ ଚାଲିଥିବା ଶୁଟିଂ ବିଶ୍ୱକପ୍‌ରେ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତୀୟ ସୁଟର ଅର୍ଜୁନ ବବୁଟା ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

୨୩ ବର୍ଷୀୟ ଅର୍ଜୁନ ଚଣ୍ଡିଗଡ଼ର ବାସିନ୍ଦା | ସେ ସ୍ୱର୍ଣ୍ଣ ପଦକ ମ୍ୟାଚରେ ଆମେରିକାର ଲୁକାସ କାଚେନ୍ସକିଙ୍କୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲେ।

ଅର୍ଜୁନ ବବୁଟା ୧୭ ସ୍କୋର କରିଥିବାବେଳେ ଲୁକାସ କେବଳ ନଅ ସ୍କୋର କରିବାକୁ ସମର୍ଥ ହୋଇଥିଲେ ।

ଅର୍ଜୁନ ବବୁଟାଙ୍କ ସହ ପାର୍ଥ ମାଖିଆ ମଧ୍ୟ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ ସୋମବାର ଅନୁଷ୍ଠିତ ର଼୍ୟାଙ୍କିଙ୍ଗ ମ୍ୟାଚରେ ଅର୍ଜୁନ ବବୁଟା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପାର୍ଥ ମାଖିଆ ଚତୁର୍ଥ ସ୍ଥାନରେ ରହିଥିଲେ।