ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ରୋହିତଙ୍କୁ ବିଶ୍ରାମ, ପ୍ରଥମ ଟେଷ୍ଟରେ ରାହାଣେ ନେବେ ନେତୃତ୍ବ | News Room Odisha

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ରୋହିତଙ୍କୁ ବିଶ୍ରାମ, ପ୍ରଥମ ଟେଷ୍ଟରେ ରାହାଣେ ନେବେ ନେତୃତ୍ବ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସିରିଜ୍ ପାଇଁ ଚୟନ କମିଟି ୧୬ ଜଣିଆ ଦଳ ଘୋଷଣା କରିଛି। ଉଭୟ ଟେଷ୍ଟ ମ୍ୟାଚରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଅଜିଙ୍କ୍ୟ ରାହାଣେ ପ୍ରଥମ ଟେଷ୍ଟରେ ଦଳର ନେତୃତ୍ୱ ନେବେ। ଚେତେଶ୍ୱର ପୂଜାରା ପ୍ରଥମ ଟେଷ୍ଟରେ ଉପଅଧିନାୟକ ହେବେ ।

ଦ୍ୱିତୀୟ ଟେଷ୍ଟ ପାଇଁ ଅଧିନାୟକ ବିରାଟ କୋହଲି ଦଳକୁ ଫେରିବେ। କିଛି ସମୟ ପାଇଁ ସମସ୍ତ ଫର୍ମାଟରେ ଟିମ୍ ଇଣ୍ଡିଆ ଲଗାତାର ଖେଳୁଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ଏବଂ ଜସପ୍ରୀତ ବୁମ୍ରାଙ୍କୁ ମଧ୍ୟ ଟେଷ୍ଟ ସିରିଜରୁ ବିଶ୍ରାମ ଦିଆଯାଇଛି ।

ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ରିଦ୍ଧିମାନ ସ
ଶାହାଙ୍କୁ ସାମିଲ କରାଯାଇଥିବାବେଳେ କେ.ଏସ୍ ଭରତ ବ୍ୟାକ୍ଅପ୍ ୱିକେଟ୍ କିପର ଭାବରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି।

ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ: ଅଜିଙ୍କ୍ୟ ରାହାଣେ (କ୍ୟାପଟେନ୍), କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଶୁଭମାନ ଗିଲ, ଶ୍ରେୟସ୍ ଆୟର, ରିଦ୍ଧିମାନ ଶାହା, କେ.ଏସ୍ ଭରତ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ: ବିରାଟ କୋହଲି (କ୍ୟାପଟେନ), କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପଅଧିନାୟକ), ଶୁଭମାନ ଗିଲ, ଶ୍ରେୟସ୍ ଆୟର୍, ରିଦ୍ଧିମାନ ଶାହା, କେ.ଏସ୍ ଭରତ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ।