ଦିନକରେ ରେକର୍ଡ ୯୬ ହଜାର ୫୫୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ପଜିଟିଭ ସଂଖ୍ୟା ୪୫ ଲକ୍ଷ ପାର, ୨୪ ଘଂଟାରେ ୧ ହଜାର ୨୦୯ ମୃତ | News Room Odisha

ଦିନକରେ ରେକର୍ଡ ୯୬ ହଜାର ୫୫୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ପଜିଟିଭ ସଂଖ୍ୟା ୪୫ ଲକ୍ଷ ପାର, ୨୪ ଘଂଟାରେ ୧ ହଜାର ୨୦୯ ମୃତ

ନୂଆଦିଲ୍ଲୀ -ଦେଶରେ ଦିନକରେ ୯୬ ହଜାର ୫୫୧ ଜଣ ନୂଆ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏ ଯାଏଁ ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ସଂକ୍ରମଣ । ଫଳରେ ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା ୪୫ ଲକ୍ଷ ୬୨ ହଜାର ୪୧୫କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଦେଶରେ ୧ ହଜାର ୨୦୯ ଲୋକଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏଥିସହ ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୭୬ ହଜାର ୨୭୧କୁ ବୃଦ୍ଧି ପାଇଛି ।

ଏ ଯାଏଁ ୩୫ ଲକ୍ଷ ୪୨ ହଜାର ୬୭୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଚିକିତ୍ସାଧୀନ ଅଛନ୍ତି ୯ ଲକ୍ଷ ୪୩ ହଜାର ୪୮୦ ରୋଗୀ ।