କରୋନା ଅପଡେଟ୍: କ୍ରମାଗତ ଦ୍ବିତୀୟ ଦିନ ଦୈନିକ ମାମଲା ୮ ହଜାର ପାର୍ | News Room Odisha

କରୋନା ଅପଡେଟ୍: କ୍ରମାଗତ ଦ୍ବିତୀୟ ଦିନ ଦୈନିକ ମାମଲା ୮ ହଜାର ପାର୍

ନୂଆଦିଲ୍ଲୀ: ଦେଶରେ କରୋନାର ଚତୁର୍ଥ ଲହରର ଭୟ ମଧ୍ୟରେ ନୂଆ ମାମଲାରେ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳୁଛି । ପୁଣି ଥରେ ଦୈନିକ ମାମଲା ୮ ହଜାର ଟପିଛି । ଗତ ୨୪ ଘଣ୍ଟାରେ ଆଉ ୮,୫୮୨ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ରୋଗରେ ଆଉ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦେଶରେ ମୋଟ ସକ୍ରିୟ ମାମଲା ମଧ୍ୟ ୪୪ ହଜାର ଅତିକ୍ରମ କରିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାରରୁ ଅଧିକ ମାମଲା ପରେ କରୋନାର ମୋଟ ସକ୍ରିୟ ମାମଲା ୪୪,୫୧୩ ରେ ପହଞ୍ଚିଛି। ବର୍ତ୍ତମାନ ଭାରତରେ ସମୁଦାୟ କରୋନା ମାମଲା ୪,୩୨,୨୨,୦୧୭କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ କୋଭିଡ୍-୧୯ କାରଣରୁ ୫,୨୪,୭୬୧ ଜଣଙ୍କର ମୃତ୍ୟୁ ହୋଇଛି।