ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ନୂଆ ଅଧ୍ୟାୟ, ଦେଶର ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-ଏସ୍'ର ଉତକ୍ଷେପଣ ସଫଳ | News Room Odisha

ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ନୂଆ ଅଧ୍ୟାୟ, ଦେଶର ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-ଏସ୍’ର ଉତକ୍ଷେପଣ ସଫଳ

ନୂଆଦିଲ୍ଲୀ: ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ଭାରତୀୟ ଗବେଷଣା ସଂଗଠନ (ଇସ୍ରୋ) ଆଜି ଦେଶର ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-ଏସ୍’କୁ ସଫଳତାର ସହ ଉତକ୍ଷେପଣ କରିଛି । ଧାର୍ଯ୍ୟ ସମୟ ଅନୁଯାୟୀ ଇସ୍ରୋ ଏହାକୁ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାରୁ ପୂର୍ବାହ୍ନ ୧୧:୩୦ରେ ଉତକ୍ଷେପଣ କରିଛି | ଏହି ମିଶନର ନାମ ପ୍ରାରମ୍ଭ ରଖାଯାଇଛି | ଘରୋଇ ରକେଟ୍ ବିକ୍ରମ-ଏସ୍ ହାଇଦ୍ରାବାଦ ସ୍ଥିତ ଷ୍ଟାର୍ଟଅପ୍ କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସ୍ ଦ୍ୱାରା ବିକଶିତ ହୋଇଛି। ଏହାପୂର୍ବରୁ ଏହାର ଲଞ୍ଚ୍ ତାରିଖ ନଭେମ୍ବର ୧୫ରେ ରଖାଯାଇଥିଲା, କିନ୍ତୁ ଖରାପ ପାଗ ଯୋଗୁଁ ଏହାକୁ ଆଜି ସଫଳତର ସହ ପ୍ରେରଣ କରାଯାଇଛି। ତିନୋଟି ପେଲୋଡ୍ ସହ ଦେଶର ଏହି ଘରୋଇ ରକେଟ୍ ମହାକାଶ ଅଭିମୁଖେ ଯାତ୍ରା କରିଛି ।

ବିକ୍ରମ-ଏସ୍ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ତଥା ବୈଜ୍ଞାନିକ ସ୍ବର୍ଗତ ବିକ୍ରମ ସାରାଭାଇଙ୍କ ନାମରେ ନାମିତ |
ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍ ର ଓଜନ ହେଉଛି ୫୦୦ ରୁ ୫୫୦ କିଲୋଗ୍ରାମ | ଏହା ଏକ ସବ୍-ଅର୍ବିଟାଲ୍ ଲଞ୍ଚ ରକେଟ୍ | ଏହି ରକେଟରେ ସାଧାରଣ ଇନ୍ଧନ ବଦଳରେ ଏଲଏନଜି ଅର୍ଥ ତରଳ ପ୍ରାକୃତିକ ଗ୍ୟାସ ଏବଂ ତରଳ ଅମ୍ଳଜାନ ବ୍ୟବହାର କରାଯାଇଛି |
ଏହି ରକେଟ୍ ସମୁଦ୍ରରେ ପଡ଼ିବା ପୂର୍ବରୁ ପୃଥିବୀ ପୃଷ୍ଠରୁ ୧୦୧ କିଲୋମିଟର ଉଚ୍ଚତାରେ ପହଞ୍ଚିବ |

୨୦୨୦ରେ କେନ୍ଦ୍ର ସରକାର ଘରୋଇ କ୍ଷେତ୍ର ପାଇଁ ମହାକାଶ ଶିଳ୍ପ ଖୋଲିବା ପରେ ସ୍କାଏରୁଟ୍ ଏରୋସ୍ପେସ୍ ଭାରତର ପ୍ରଥମ ଘରୋଇ କମ୍ପାନୀ ହୋଇପାରିଛି।