କ୍ରମାଗତ ତୃତୀୟ ସପ୍ତାହ କମିଲା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର | News Room Odisha

କ୍ରମାଗତ ତୃତୀୟ ସପ୍ତାହ କମିଲା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ସପ୍ତାହ ପାଇଁ ଭାରତର ବିଦେଶୀ ମୁଦ୍ରାରେ ହ୍ରାସ ଜାରି ରହିଛି। ଗତ ସପ୍ତାହର ପତନ ସହିତ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ବର୍ତ୍ତମାନ ୬୩୫.୮୨୮ ବିଲିୟନ ଡ଼ଲାରରେ ପହଞ୍ଚିଛି।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସୂଚନା ଅନୁସାରେ, ଡିସେମ୍ବର ୧୦ରେ ଶେଷ ହୋଇଥିବା ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ୭୭ ମିଲିୟନ ଡଲାର ହ୍ରାସ ଘଟିଛି।

ଅବଶ୍ୟ ଏହାର ଏକ ସପ୍ତାହ ପୂର୍ବରୁ ଏହା ୧.୭୮୩ ବିଲିୟନ ଡ଼ଲାର ହ୍ରାସ ପାଇ ୬୩୫.୯୦୫ ବିଲିୟନ ଡ଼ଲାରକୁ ଖସି ଆସିଥିଲା। ସମ୍ପ୍ରତି ପତନର ମୁଖ୍ୟ କାରଣ ହେଉଛି ବୈଦେଶିକ ବିନିମୟ ସମ୍ପତ୍ତି (ଏଫସିଏ)ର ହ୍ରାସ | ବୈଦେଶିକ ମୁଦ୍ରା ଭଣ୍ଡାରର ଅନେକ ଉପାଦାନର ଏଫସିଏ ମଧ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ |

ତଥ୍ୟ ଅନୁଯାୟୀ, ଗତ ସପ୍ତାହରେ ଏଫସିଏ ପ୍ରାୟ ୩୨୦ ନିୟୁତ ଡଲାର ହ୍ରାସ ପାଇ ୫୭୨.୮୬ ବିଲିୟନ ଡ଼ଲାରକୁ ଖସି ଆସିଥିଲା। ବୈଦେଶିକ ମୁଦ୍ରା ଭଣ୍ଡାରର ଅନ୍ୟ ଏକ ଉପାଦାନ ଗୋଲ୍ଡ ରିଜର୍ଭ ଗତ ସପ୍ତାହରେ ୨୯୧ ମିଲିୟନ ଡ଼ଲାରରେ ବୃଦ୍ଧି ପାଇ ୩୮.୭୦୯ ବିଲିୟନ ଡ଼ଲାରରେ ପହଞ୍ଚିଛି।