ଭାରତରେ କାୟା ବିସ୍ତାର କରୁଛି ଓମିକ୍ରନ୍, ମୋଟ ମାମଲା ୧୪୩କୁ ବୃଦ୍ଧି | News Room Odisha

ଭାରତରେ କାୟା ବିସ୍ତାର କରୁଛି ଓମିକ୍ରନ୍, ମୋଟ ମାମଲା ୧୪୩କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ୍ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି । ଶନିବାର ଦିନ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ୩୦ ନୂଆ ମାମଲା ରିପୋର୍ଟ ହୋଇଛି। ଏହାପୂର୍ବରୁ ଶୁକ୍ରବାର ଦିନ ୨୬ ଟି ନୂଆ ମାମଲା ରୁଜୁ ହୋଇଥିଲା। ଗତ ତିନି ଦିନ ହେଲା ଦେଶରେ ଓମିକ୍ରନ୍ ସଂକ୍ରମଣ ଗତି ବଢୁଛି । ଏହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୩ଟି ଓମିକ୍ରନ୍ ମାମଲା ପଞ୍ଜିକୃତ ହୋଇଛି। ଦେଶର ୧୨ ଟି ରାଜ୍ୟରେ ଓମିକ୍ରନ୍ ସଂକ୍ରମଣ ଚିହ୍ନଟ ହୋଇଛି | ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଦେଶରେ ଚିନ୍ତାର କାରଣ।

ଶନିବାର ଦିନ ଦେଶରେ ଓମିକ୍ରୋନର ଏକ ରେକର୍ଡ ୩୦ ଟି ନୂଆ ମାମଲା ରୁଜୁ ହୋଇଥିଲା। ଏଥିରେ ତେଲେଙ୍ଗାନାରେ ୧୨ଟି, ମହାରାଷ୍ଟ୍ରରେ ଆଠଟି, କର୍ଣ୍ଣାଟକରେ ୬ଟି ଏବଂ କେରଳରେ ଚାରିଟି ନୂତନ ମାମଲା ସାମିଲ। ଲଗାତାର ତୃତୀୟ ଦିନ ପାଇଁ ଓମିକ୍ରନ୍ ମାମଲାରେ ଦେଶରେ ସର୍ବାଧିକ ଦିନିକିଆ ବୃଦ୍ଧି ଘଟିଛି।

ଶୁକ୍ରବାର ଦିନ ଦେଶରେ ୨୬ଟି ନୂଆ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଥିବାବେଳେ ଗୁରୁବାର ଦିନ ଏହି ସଂଖ୍ୟା ୧୪ ଥିଲା। ଉଭୟ ମଙ୍ଗଳବାର ଏବଂ ବୁଧବାର ଦିନ ୧୨ଟି ମାମଲା ହୋଇଥିଲା।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମଆର) ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ ଦେଶର ୨୪ଟି ଜିଲ୍ଲାରେ ପାଞ୍ଚ ପ୍ରତିଶତରୁ ଅଧିକ କରୋନା ସଂକ୍ରମଣ ହାରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଏବଂ ଟେଷ୍ଟ ବୃଦ୍ଧି କରିବାକୁ କହିଛନ୍ତି। ଏହା ସହିତ, ଯଥାଶୀଘ୍ର ସଂକ୍ରମଣକୁ ୫ ପ୍ରତିଶତରୁ କମ୍ ଆଣିବା ପାଇଁ ଉଦ୍ୟମ କରାଯିବ ଏବଂ ଏହା ସହିତ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଲୋକଙ୍କୁ ତୁରନ୍ତ ଚିହ୍ନଟ ଏବଂ ଅଲଗା କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

Omicron Variant