ଭାରତରେ ଓମିକ୍ରନ୍ ମାମଲା ୮୦୦ ଟପିଲା | News Room Odisha

ଭାରତରେ ଓମିକ୍ରନ୍ ମାମଲା ୮୦୦ ଟପିଲା

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ବୁଧବାର ଦିନ ରାଜସ୍ଥାନରେ ୨୩ଟି, ପଶ୍ଚିମବଙ୍ଗରେ ପାଞ୍ଚଟି, ଓଡିଶା ଏବଂ ୟୁପିରେ ୧-୧, ତାମିଲନାଡୁରେ ୧୧ଟି ଏବଂ ଆନ୍ଧ୍ରପ୍ରଦେଶରେ ୧୦ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହା ସହିତ ଦେଶରେ ସଂକ୍ରମିତ ଓମିକ୍ରନ୍ ସଂଖ୍ୟା ୮୦୦ ଟପିଛି | ବର୍ତ୍ତମାନ ପର୍ଯ୍ୟନ୍ତ କରୋନାର ଏହି ଭାରିଆଣ୍ଟ ୨୧ଟି ରାଜ୍ୟରେ ପହଞ୍ଚିଛି | ଦିଲ୍ଲୀରେ ଓମିକ୍ରନର ସର୍ବାଧିକ ୨୩୮ ମାମଲା ରେକର୍ଡ ହୋଇଥିବାବେଳେ ମହାରାଷ୍ଟ୍ରରେ ୧୬୭ ଓମିକ୍ରନ୍ ମାମଲା ରୁଜୁ ହୋଇଛି।

Omicron Variant