ଭାରତର ଟିକାକରଣ ସାର୍ଟିଫିକେଟକୁ ୯୬ ଦେଶର ସ୍ବୀକୃତି | News Room Odisha

ଭାରତର ଟିକାକରଣ ସାର୍ଟିଫିକେଟକୁ ୯୬ ଦେଶର ସ୍ବୀକୃତି

ନୂଆଦିଲ୍ଲୀ:୯୬ ଟି ଦେଶ ଭାରତର କୋଭିଡ-୧୯ ଟିକାକରଣ ସାର୍ଟିଫିକେଟକ ସ୍ୱୀକୃତି ଦେବାକୁ ରାଜି ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ଏହି ସୂଚନା ଦେଇଛନ୍ତି ।
ଏକ ବିବୃତ୍ତିରେ ସେ କହିଛନ୍ତି ଯେ ବିଶ୍ୱର ସର୍ବବୃହତ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କୁ ମାନ୍ୟତା ଏବଂ ସ୍ୱୀକୃତି ଦେବା ପାଇଁ ଭାରତ ସରକାର ବିଶ୍ବର ଅନ୍ୟ ଦେଶଗୁଡ଼ିକ ସହ ଯୋଗାଯୋଗରେ ଅଛନ୍ତି, ଯାହା ଦ୍ଵାରା ସେମାନେ ଶିକ୍ଷା, ବ୍ୟବସାୟ ଏବଂ ପର୍ଯ୍ୟଟନ ଉଦ୍ଦେଶ୍ୟରେ ମୁକ୍ତ ଭାବରେ ଯାତ୍ରା କରିପାରିବେ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୯୬ଟି ଦେଶ ଭାରତର କୋଭାକ୍ସିନ ଓ କୋଭିଶିଲ୍ଡ ଟିକାର ସାର୍ଟିଫିକେଟକୁ ପାରସ୍ପରିକ ସ୍ୱୀକୃତି ପାଇଁ ସହମତ ହୋଇଛନ୍ତି। ମନ୍ତ୍ରଣାଳୟ କହିଛି ଯେଏହି ଦେଶ ଗୁଡିକରୁ କ୍ରମାଗତ ଭାବରେ ଯାତ୍ରା କରୁଥିବା ଲୋକଙ୍କୁ ଅକ୍ଟୋବର ୨୦, ୨୦୨୧ରେ ଆନ୍ତର୍ଜାତୀୟ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଜ ଗାଇଡ ଲାଇନରେ କିଛି ଆଶ୍ବସ୍ତି ଦିଆଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଯେଉଁମାନେ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନେ କୋ-ୱିନ୍ ପୋର୍ଟାଲରୁ ଆନ୍ତର୍ଜାତୀୟ ଯାତ୍ରା ଟିକାକରଣ ସାର୍ଟିଫିକେଟ୍ ମଧ୍ୟ ଡାଉନଲୋଡ୍ କରିପାରିବେ।

ଟିକାକରଣ ପ୍ରମାଣପତ୍ରକୁ ପାରସ୍ପରିକ ସ୍ୱୀକୃତି ଦେବାକୁ ରାଜି ହୋଇଥିବା ୯୬ଟି ଦେଶ ମଧ୍ୟରେ କାନାଡା, ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ବେଲଜିୟମ, ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡ, ସ୍ପେନ୍, ବାଂଲାଦେଶ, ଫିନଲ୍ୟାଣ୍ଡ, ମାଲି, ଘାନା, ସିଏରା ଲିଓନ, ନାଇଜେରିଆ, ସର୍ବିଆ, ପୋଲାଣ୍ଡ, ସ୍ଲୋଭାକିଆ ରିପବ୍ଲିକ୍, କ୍ରୋଏସିଆ, ବୁଲଗେରିଆ, ତୁର୍କୀ, ଚେକ ରିପବ୍ଲିକ୍, ସ୍ୱିଜରଲ୍ୟାଣ୍ଡ, ସ୍ୱିଡେନ, ଅଷ୍ଟ୍ରିଆ, ରୁଷ, କୁଏତ, ସଂଯୁକ୍ତ ଆରବ ଏମିରେଟ୍ସ, ବହାରେନ, କତାର ଆଦି ପ୍ରମୁଖ ଦେଶ ଅଛନ୍ତି |