ବିଶ୍ୱକପ୍ ହକି: କିଛି ରୋଚକ ଜଣାଅଜଣା ତଥ୍ୟ | News Room Odisha

ବିଶ୍ୱକପ୍ ହକି: କିଛି ରୋଚକ ଜଣାଅଜଣା ତଥ୍ୟ

ଭୁବନେଶ୍ୱର / ରାଉରକେଲା: ଆଉ ଦିନକ ପରେ ଆରମ୍ଭ ହେବ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପର ପଞ୍ଚଦଶ ସଂସ୍କରଣ । ଆସନ୍ତୁ ଜାଣିବା ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ସହ ଜଡ଼ିତ କିଛି ରୋଚକ ଓ ଅଜଣା ତଥ୍ୟ।

  • ୧୯୭୧ ପରଠାରୁ ବିଶ୍ୱକପର ୧୪ଟି ସଂସ୍କରଣରେ ୬୦୫ଟି ମ୍ୟାଚ୍ ଖେଳାଯାଇଛି |
  • ଏଯାବତ୍ ହକି ବିଶ୍ୱକପରେ ମୋଟ ୨୪୩୩ ଗୋଲ୍ ସ୍କୋର କରାଯାଇଛି।
  • ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨୬ଟି ଦେଶ ବିଶ୍ୱକପରେ ଭାଗ ନେଇଛନ୍ତି। ଯଦି ଚିଲି ଏବଂ ୱେଲ୍ସ ଏହି ବିଶ୍ୱକପରେ ଡେବ୍ୟୁ କରନ୍ତି, ତେବେ ଏହି ସଂଖ୍ୟା ୨୮ ହେବ।
  • କେବଳ ଭାରତ, ନେଦରଲାଣ୍ଡ୍ସ ଏବଂ ସ୍ପେନ୍ ହିଁ ଏଯାବତ ଅନୁଷ୍ଠିତ ୧୪ଟି ବିଶ୍ୱକପ୍ ଖେଳିଛନ୍ତି ଏବଂ ଏଥର ମଧ୍ୟ ଖେଳୁଛନ୍ତି | ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ପାକିସ୍ତାନ ୧୩ ଥର ବିଶ୍ବକପ୍ ଖେଳିଛନ୍ତି।
  • ଏଥର ଚାରିଥର ଚାମ୍ପିୟନ ପାକିସ୍ତାନ ଯୋଗ୍ୟତା ଅର୍ଜନ କରିପାରି ନାହିଁ।
  • ଲଗାତାର ଦ୍ୱିତୀୟ ଥର ବିଶ୍ବକପ୍ ଆୟୋଜନ କରିବାରେ ଭାରତ ପ୍ରଥମ ଦେଶ ତଥା ଓଡ଼ିଶା ପ୍ରଥମ ରାଜ୍ୟ। ଗତ ବିଶ୍ୱକପ୍ ୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ଏଥର ଏହା ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯାଉଛି।
  • ୨୦,୦୦୦ କ୍ଷମତା ବିଶିଷ୍ଟ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ ହେଉଛି ବିଶ୍ୱର ସର୍ବବୃହତ ହକି ଗ୍ରାଉଣ୍ଡ।
  • ୧୬ଟି ଦଳ ୪୪ଟି ମ୍ୟାଚ୍ ଖେଳିବେ । ସେଥିମଧ୍ୟରୁ ୨୪ଟି ଭୁବନେଶ୍ୱରରେ ଖେଳାଯିବ ଏବଂ ୨୦ଟି ମ୍ୟାଚ୍ ରାଉରକେଲାରେ ଖେଳାଯିବ |
  • ଗତଥର ବେଲଜିୟମ ଫାଇନାଲରେ ସୁଟଆଉଟରେ ନେଦରଲ୍ୟାଣ୍ଡକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା |
  • ପାକିସ୍ତାନ ସର୍ବାଧିକ ଚାରି ଥର ଏବଂ ଅଷ୍ଟ୍ରେଲିଆ ତିନିଥର ବିଶ୍ୱକପ ଟାଇଟଲ୍ ଜିତିଛି। ୧୯୭୫ରେ କୁଆଲାଲମ୍ପୁରରେ ଅନୁଷ୍ଠିତ ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଥିଲା । ଭାରତର ଏହା ଏକମାତ୍ର ବିଶ୍ବକପ୍ ଟାଇଟଲ୍ |
  • ୯୨ ମ୍ୟାଚ୍ ମଧ୍ୟରୁ ଅଷ୍ଟ୍ରେଲିଆ ସର୍ବାଧିକ ୬୯ଟି ମ୍ୟାଚ୍ ଜିତିଛି । ଦଳର ବିଜୟ ପ୍ରତିଶତ ରହିଛି ୭୫ | ଅଷ୍ଟ୍ରେଲିଆ ମଧ୍ୟ ବିଶ୍ବକପରେ ସର୍ବାଧିକ ୩୦୫ ଗୋଲ ସ୍କୋର କରିଛି ।