ଦୁଇ ବର୍ଷ ପରେ ଆଜିଠାରୁ ପୁଣି ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ | News Room Odisha

ଦୁଇ ବର୍ଷ ପରେ ଆଜିଠାରୁ ପୁଣି ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦୁଇ ବର୍ଷ ଧରି ବନ୍ଦ ହୋଇଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ରବିବାର ଠାରୁ ଆରମ୍ଭ ହେବ। ଦେଶର ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ବିମାନ ସେବା ଏ ବାବଦରେ ପ୍ରସ୍ତୁତି ଶେଷ କରିଛନ୍ତି।

୨୩ ମାର୍ଚ୍ଚ ୨୦୨୦ ରେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଲଗାଯାଇଥିଲା | ଯଦିଓ ବିଭିନ୍ନ ଦେଶ ସହିତ ଏୟାର ବବଲ୍ ଚୁକ୍ତିନାମା ଏବଂ ବନ୍ଦେ ଭାରତ ମିଶନ୍ ଅନୁଯାୟୀ ସ୍ୱତନ୍ତ୍ର ବିମାନ ଚଳାଚଳ କରାଯାଇଥିଲା | ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମାର୍ଚ୍ଚ ୮ରେ କରୋନା ମାମଲା ହ୍ରାସ ପାଇବା ପରେ ମାର୍ଚ୍ଚ ୨୭ ରୁ ଆରମ୍ଭ ହେବ ବୋଲି ଘୋଷଣା କରିଥିଲା। ଏହି ନିଷ୍ପତ୍ତି ସହିତ ଏପ୍ରିଲର ପ୍ରଥମ ସପ୍ତାହରେ ଦିଲ୍ଲୀର ବୃହତ୍ତମ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶୀ ବିମାନ ଚଳାଚଳ କରିବ ବୋଲି ଆଶା କରାଯାଉଛି।

ଅଧ୍ୟୟନ, ଚାକିରି, ବ୍ୟବସାୟ ଏବଂ ଅଫିସ୍ କାର୍ଯ୍ୟ ପାଇଁ ବିଦେଶ ଯାଉଥିବା ଲୋକଙ୍କୁ କରୋନାର ବୁଷ୍ଟର ଡୋଜ୍ ଦେବା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି। ସୂଚନାନୁସାରେ, ବିଦେଶକୁ ଯାଉଥିବା ଲୋକଙ୍କୁ ବୁଷ୍ଟର ଡୋଜ ଦେବାକୁ ବିଚାର କରାଯାଉଛି।