ଆଜି 'ଇଣ୍ଟରନ୍ୟାସନାଲ ଲେଫ୍ଟ ହ୍ୟାଣ୍ଡର୍ସ ଡେ', ଜାଣନ୍ତୁ ବାମ ହାତରେ କାମ କରୁଥିବା ଲୋକଙ୍କ ବିଷୟରେ କିଛି ରୋଚକ କଥା | News Room Odisha

ଆଜି ‘ଇଣ୍ଟରନ୍ୟାସନାଲ ଲେଫ୍ଟ ହ୍ୟାଣ୍ଡର୍ସ ଡେ’, ଜାଣନ୍ତୁ ବାମ ହାତରେ କାମ କରୁଥିବା ଲୋକଙ୍କ ବିଷୟରେ କିଛି ରୋଚକ କଥା

ନୂଆଦିଲ୍ଲୀ: ଆଜିର ଦିନକୁ (ଅଗଷ୍ଟ ୧୩) ବିଶେଷ ଭାବେ ବାମହାତୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି | ଡାହାଣହାତୀଙ୍କ ଦୁନିଆରେ ବାମହାତୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏହି ଦିନ ପାଳନ କରାଯାଏ | ଆଜି ହେଉଛି ଇଣ୍ଟରନ୍ୟାସନାଲ ଲେଫ୍ଟ ହ୍ୟାଣ୍ଡର୍ସ ଡେ | ଅମିତାଭ ବଚ୍ଚନ, ବିଲ୍ ଗେଟ୍ସ, ରଜନୀକାନ୍ତ, ସଚିନ ତେନ୍ଦୁଲକର ଏବଂ ରତନ ଟାଟା ଭଳି ସେଲିବ୍ରିଟିମାନେ ବାମହାତୀ ଅଟନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟେନିସ୍ ସୁପରଷ୍ଟାର ରାଫେଲ ନାଡାଲ ଜଣେ ଡାହାଣହାତୀ । କିନ୍ତୁ ସେ ବାମ ହାତରେ ଟେନିସ୍ ଖେଳନ୍ତି । ଏହା ତାଙ୍କୁ ଅଧିକ ଫାଇଦାରେ ରଖିବ ବୋଲି ନାଡାଲ୍ ବାମ ହାତରେ ଟେନିସ ଖେଳିବା ଶିଖିଥିଲେ | ଆସନ୍ତୁ ଜାଣିବା ଆନ୍ତର୍ଜାତୀୟ ବାମହାତୀ ଦିବସର ଇତିହାସ ଏବଂ ଏହା କାହିଁକି ସ୍ୱତନ୍ତ୍ର |

– ଜନସଂଖ୍ୟାର ୧୦-୧୨ ପ୍ରତିଶତ ବାମହାତୀ ।

– ଏକ ପୁସ୍ତକରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ବାମହାତୀ ଲୋକମାନେ ଡାହାଣ ହାତର ଲୋକଙ୍କ ଅପେକ୍ଷା ଆଲର୍ଜିରେ ଆକ୍ରାନ୍ତ ହୁଅନ୍ତି।

– ୨୦୦୭ରେ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଥିଲା ଯେ ବାମହାତୀ ଲୋକଙ୍କ ଆଇକ୍ୟୁ ଅଧିକ |

– ମହିଳାଙ୍କ ତୁଳନାରେ ୪.୨୩ ପ୍ରତିଶତ ଅଧିକ ପୁରୁଷ ବାମହାତୀ ଅଟନ୍ତି | ୨୦୦୮ରେ କରାଯାଇଥିବା ଏକ ଅଧ୍ୟୟନରେ ଏହା ପ୍ରମାଣିତ ହୋଇଥିଲା |

– ଇଲିନୋଇସ୍ ରିସର୍ଚ କନ୍ସୋର୍ଟିୟମ୍ ର ୨୦୦୮ ତଥ୍ୟ ଅନୁଯାୟୀ ବାମହାତୀ ଶ୍ରମିକମାନେ ଡାହାଣ ହାତ ଅପେକ୍ଷା ଉନ୍ନତ ମଲ୍ଟିଟାସ୍କର୍ ହୋଇଥାନ୍ତି |

୧୯୭୬ରେ ଡିନ୍ ଆର କ୍ୟାମ୍ପବେଲ୍ ନାମକ ଜଣେ ବ୍ୟକ୍ତି ‘ଇଣ୍ଟରନ୍ୟାସନାଲ ଲେଫ୍ଟ ହ୍ୟାଣ୍ଡର୍ସ ଡେ’ ଆରମ୍ଭ କରିଥିଲେ | ଏହା ପଛରେ ତାଙ୍କ ଉଦ୍ଦେଶ୍ୟ ଥିଲା ବାମହାତୀମାନେ ପ୍ରତିଦିନ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ବିଷୟରେ ସଚେତନତା ସୃଷ୍ଟି କରିବା | ସେ ‘ଲେଫ୍ଟ-ହ୍ୟାଣ୍ଡର୍ସ ଇଣ୍ଟରନ୍ୟାସନାଲ ଇଙ୍କ୍’ ର ଆରମ୍ଭ କରିଥିଲେ । ସେବେଠାରୁ ୧୩ ଅଗଷ୍ଟରେ ଏହି ଦିବସକୁ ପାଳନ କରାଯାଏ |