ବିଶିଷ୍ଟ ନିବେଶକ ରାକେଶ ଝୁନଝୁନଓ୍ବାଲାଙ୍କ ପରଲୋକ | News Room Odisha

ବିଶିଷ୍ଟ ନିବେଶକ ରାକେଶ ଝୁନଝୁନଓ୍ବାଲାଙ୍କ ପରଲୋକ

ନୂଆଦିଲ୍ଲୀ: ସେୟାର ମାର୍କେଟର ‘ବିଗ୍ ବୁଲ୍’ ଭାବେ ପରିଚିତ ବିଶିଷ୍ଟ ନିବେଶକ ରାକେଶ ଝୁନଝୁନଓ୍ବାଲାଙ୍କ ପରଲୋକ ହୋଇଯାଇଛି । ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ଗତକାଲି ପୁଣି ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହୃଦଘାତ ଯୋଗୁଁ ତାଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ।

ରାକେଶ ଝୁନଝୁନଓ୍ବାଲାଙ୍କୁ ଭାରତର ୱାରେନ୍ ବଫେଟ୍ କୁହାଯାଉଥିଲା | ଷ୍ଟକ୍ ମାର୍କେଟର ଜଣେ ସଫଳ ନିବେଶକ ଝୁନଝୁନଓ୍ବାଲଆ ବିମାନ ସେବା କ୍ଷେତ୍ରରେ ପ୍ରବେଶ କରିଥିଲେ । ସେ ନିକଟରେ ନୂଆ ବିମାନ କମ୍ପାନୀ ‘ଆକାଶ ଏୟାର’ ଲଞ୍ଚ୍ କରିଥିଲେ । ଏଥିରେ ସେ ବିପୁଳ ପୁଞ୍ଜି ବିନିଯୋଗ କରିଥିଲେ ଏବଂ ୭ ଅଗଷ୍ଟରୁ ଏହି ଏୟାରଲାଇନ ଉଡ଼ାଣ ଆରମ୍ଭ କରିଥିଲା ଷ୍ଟକ୍ ମାର୍କେଟରେ ‘ବିଗ୍ ବୁଲ୍’ ଝୁନଝୁନଓ୍ବାଲାକ ହଜାର କୋଟି ମୂଲ୍ୟର ସମ୍ପତ୍ତିର ରହିଛି । ତାଙ୍କ ବିୟୋଗ ଭାରତୀୟ ଶିଳ୍ପ ଜଗତ ପାଇଁ ଏକ ବଡ଼ କ୍ଷତି ।