ବିନା ଦର୍ଶକରେ ଭାରତରେ ହେବ ଆଇପିଏଲ୍-୨୦୨୨, ସବୁ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ | News Room Odisha

ବିନା ଦର୍ଶକରେ ଭାରତରେ ହେବ ଆଇପିଏଲ୍-୨୦୨୨, ସବୁ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ସତ୍ତ୍ୱେ ଆଇପିଏଲ୍-୨୦୨୨ ଭାରତରେ ଅନୁଷ୍ଠିତ ହେବ ଏବଂ ଟୁର୍ଣ୍ଣାମେଣ୍ଟର ସବୁ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ | ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ବିସିସିଆଇର ଜଣେ ଅଧିକାରୀ ଏହା ସ୍ପଷ୍ଟ କରିଛନ୍ତି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ, କ୍ରିକେଟ୍ କ୍ଲବ ଅଫ ଇଣ୍ଡିଆ (ସିସିଆଇ) ଏବଂ ଡିଏ ପାଟିଲ ଷ୍ଟାଡିୟମ (ନଭି ମୁମ୍ବାଇ)ରେ ଆଇପିଏଲ୍-୨୦୨୨ ମ୍ୟାଚ୍ ଗୁଡ଼ିକ ଖେଳାଯିବ | ଆବଶ୍ୟକ ସ୍ଥଳେ ପୁଣେରେ କିଛି ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହୋଇପାରେ । ଟୁର୍ନାମେଣ୍ଟ ମାର୍ଚ୍ଚ ୨୭ରୁ ଆରମ୍ଭ ହେବା ସମ୍ଭାବନା ରହିଛି | ଫେବୃଆରୀ ୨୦ରେ ହେବାକୁ ଥିବା ବୈଠକ ପରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ |