ଗୁଜରାଟ: ଇରାନୀୟ ଡଙ୍ଗାରୁ ୪୨୫ କୋଟି ଟଙ୍କାର ଡ୍ରଗ୍ସ ଜବତ | News Room Odisha

ଗୁଜରାଟ: ଇରାନୀୟ ଡଙ୍ଗାରୁ ୪୨୫ କୋଟି ଟଙ୍କାର ଡ୍ରଗ୍ସ ଜବତ

ଅହମ୍ମଦାବାଦ: ଗୁଜରାଟ ଏଟିଏସ୍ ସହ ଏକ ମିଳିତ ଅପରେସନରେ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏକ ଇରାନୀୟ ଡଙ୍ଗାରୁ ୪୨୫ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଛି ।

ଗୁଜରାଟ ଏଟିଏସର ଗୁଇନ୍ଦା ତଥ୍ୟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ପ୍ରତିରକ୍ଷା ପିଆରଓ ଗୁଜରାଟ ଦେଇଥିବା ସୂଚନା ଅନୁଯାୟୀ ଏହି ଡଙ୍ଗାରେ ପାଞ୍ଚ ଜଣ ଲୋକ ଥିଲେ ଏବଂ ଏଥିରୁ ୬୧ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି। ଜବତ ଡ୍ରଗ୍ସ ମୂଲ୍ୟ ପ୍ରାୟ ୪୨୫ କୋଟି ଟଙ୍କା | ଡଙ୍ଗାକୁ ଯାଞ୍ଚ୍ ପାଇଁ ଗୁଜରାଟର ଓଖାକୁ ନିଆଯାଇଛି।